ମାଣ୍ଡୁକା ଅଞ୍ଚଳରେ ହେଟା ବାଘ ଆତଙ୍କ
ବାଲିଚନ୍ଦ୍ରପୁର : ବଡଚଣା ବ୍ଲକ୍ ମାଣ୍ଡୁକା ପଞ୍ଚାୟତ ଅଞ୍ଚଳରେ ଏକ ହେଟା ବାଘ ବୁଲୁଥିବା ନେଇ ଆତଙ୍କ ଖେଳିଯାଇଛି । କୃଷ୍ଣଦାସପୁର-ରତ୍ନଗିରି ରାସ୍ତାରେ ରବିବାର ବିଳମ୍ବିତ ରାତ୍ରିରେ ଏକ ହେଟା ବାଘ ବୁଲୁଥିବା ନେଇ ସେହି ରୋଡ୍ ରେ ଥିବା ଟୋଲଗେଟ୍ କର୍ମଚାରୀ ଦେଖିବାକୁ ପାଇଥିଲେ । ସେମାନେ ଏହା ଦେଖି ଭୟରେ ଘର ଭିତରକୁ ପଶି ଯାଇଥିଲେ । ପରେ ଏଥି ନେଇ ପ୍ରଚାର ହେବା ପରେ ମାଣ୍ଡୁକା, ପଦ୍ମଲାଭପୁର ଗ୍ରାମ ସମେତ ଆଖପାଖ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତୁରନ୍ତ ବନ ବିଭାଗ ପକ୍ଷରୁ ବୁଲୁଥିବା ଉକ୍ତ ହେଟା ବାଘକୁ ଠାବ କରି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆତଙ୍କିତ ଅବସ୍ଥାରୁ ମୁକ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।
Comments are closed.