www.samajalive.in
Sunday, December 7, 2025
13.1 C
Bhubaneswar

ତାଲିବାନର ନରସଂହାର ଜାରି; ତିନିଟି ସହର ଉପରେ ଜୋରଦାର ଆକ୍ରମଣ

କାନ୍ଦାହାର: ଆମେରିକା ନିଜର ସୈନ୍ୟଙ୍କୁ ଆଫଗାନିସ୍ତାନରୁ ପ୍ରତ୍ୟାହାର କରିବା ପରେ ଦେଶରେ ତାଲିବାନ ଆତଙ୍କି ଗୋଷ୍ଠୀଙ୍କ ପକ୍ଷରୁ ନିରୀହ ଲୋକଙ୍କ ଉପରେ ଭୀଷଣ ଅତ୍ୟାଚାର ଲାଗିରହିଛି। ତାଲିବାନ ଆକ୍ରମଣରେ ପ୍ରାୟ ମାସକ ମଧ୍ୟରେ ବହୁ ସାଧାରଣ ନାଗରିକ ପ୍ରାଣ ହରାଇଲେଣି। ଏଥିସହିତ ତାଲିବାନ ଭୟରେ ଲକ୍ଷ ଲକ୍ଷ ଆଫଗାନ ନାଗରିକ ନିଜର ଘର ଦ୍ୱାର ଛାଡି ପଳାୟନ କରୁଛନ୍ତି। ତାଲିବାନ ଆତଙ୍କିମାନେ ନିଜ ନିୟନ୍ତ୍ରଣରେ ରଖିଥିବା ଅଞ୍ଚଳରେ କଠୋର ଇସଲାୟୀୟ ଆଇନ ଲାଗୁ କରିବା ସହିତ ନିରୀହ ଲୋକଙ୍କୁ ହତ୍ୟା କରିବା ଏବଂ ୧୫ ବର୍ଷରୁ ଅଧିକ ବୟସର ଯୁବତୀଙ୍କୁ ଅପହରଣ କରିନେଇ ବଳପୂର୍ବକ ବିବାହ କରୁଥିବା ଖବର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଇତିମଧ୍ୟରେ ପ୍ରାୟ ୫୦୦ ଆଫଗାନ ଯୁବତୀ ନିଖୋଜ ହୋଇଥିବା ଖବର ମିଳିଛି। ଅନେକ ସ୍ଥାନରେ ଆଫଗାନ ସୈନ୍ୟଙ୍କ ସହିତ ତାଲିବାନ ଆତଙ୍କିଙ୍କର ଘମାଘୋଟ ଲଢେଇ ଜାରି ରହିଛି। ସୋମବାର ରାତିରେ ଆତଙ୍କିମାନେ ଲସ୍କରଗାହ, କାନ୍ଦାହାର ଏବଂ ହେରାତ ଭଳି ତିନିଟି ସହର ଉପରେ ଭୀଷଣ ଆକ୍ରମଣ କରିଛନ୍ତି। ଇତିମଧ୍ୟରେ ଆମେରିକା ଏବଂ ବ୍ରିଟେନ ତାଲିବାନର ବର୍ବରତାକୁ କଠୋର ଭାବରେ ନିନ୍ଦା କରିଛନ୍ତି। ଏହି ଦୁଇ ରାଷ୍ଟ୍ର ପକ୍ଷରୁ କୁହାଯାଇଛି ଯେ ତାଲିବାନ ଆତଙ୍କିମାନେ ନିକଟରେ ପାକିସ୍ତାନକୁ ଲାଗିଥିବା ଆଫଗାନିସ୍ତାନର ଏକ ସହର ଦଖଲ କରିବା ପରେ ସେଠାରେ ନିରୀହ ଲୋକଙ୍କୁ ଯେଉଁଭଳି ହତ୍ୟା କରୁଛନ୍ତି ତାହା ଚିନ୍ତାଜନକ ହୋଇଛି।

ସୋମବାର ରାତିରୁ ହେଲମଣ୍ଡ ପ୍ରଦେଶର ରାଜଧାନୀ ଲସ୍କରଗାହରେ ଆତଙ୍କି ଏବଂ ଆଫଗାନ ସୈନ୍ୟଙ୍କ ମଧ୍ୟରେ ବଡଧରଣର ସଂଘର୍ଷ ଲାଗି ରହିଛି। ସେଠାରେ ତାଲିବାନ ଆତଙ୍କିମାନେ ସମବେତ ଭାବରେ ସିଟି ସେଣ୍ଟର ଏବଂ ସେଠାରେ ଥିବା କାରାଗାର ଉପରେ ଆକ୍ରମଣ କରିଥିଲେ। ଉକ୍ତ ଅଞ୍ଚଳରେ ଶତାଧିକ କମାଣ୍ଡୋ ମୁତୟନ କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବାର କିଛି ଘଣ୍ଟା ପରେ ତାଲିବାନ ପକ୍ଷରୁ ଆକ୍ରମଣ କରାଯାଇଥିଲା। ଅନ୍ୟପକ୍ଷରେ ଆଫଗାନିସ୍ତାନରେ ଦିନକୁ ଦିନ ବିଗୁଡୁଥିବା ନିରାପତ୍ତା ପରିସ୍ଥିତି ପାଇଁ ଆଫଗାନ ରାଷ୍ଟ୍ରପତି ଆଶରଫ ଘନି ଆମେରିକାକୁ ଦାୟୀ କରିଛନ୍ତି। ଆମେରିକା ଯେଉଁଭଳି ତରବରିଆ ଭାବରେ ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଲା, ତାହାର ପରିଣତି ଏବେ ଆଫଗାନିସ୍ତାନରେ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି। ଏଥିପାଇଁ ସେ ଆମେରିକାକୁ ସତର୍କ କରାଇ ଦେଇଥିଲେ। ସୂଚନାଯୋଗ୍ୟ ଯେ ଆମେରିକା ହଜାର ହଜାର ସଂଖ୍ୟାରେ ଆଫଗାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବ ଏବଂ ଯେଉଁମାନେ ଆମେରିକା ସହିତ ସହଯୋଗ କରିଛନ୍ତି, ସେମାନଙ୍କୁ ମଧ୍ୟ ଆମେରିକା ସାହାଯ୍ୟ କରିବା ନେଇ ବିବୃତି ଦେବାପରେ ଘନି ଏହା କହିଛନ୍ତି। ଆମେରିକା ଓ ବ୍ରିଟେନ ତାଲିବାନ ପକ୍ଷରୁ ସ୍ପିନ ବୋଲଡାକ ସହରରେ ଚାଲିଥିବା ଅତ୍ୟାଚାର ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହା ‘ଯୁଦ୍ଧ ଅପରାଧ’ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଏଥିପାଇଁ ତାଲିବାନକୁ ଦୁଇ ରାଷ୍ଟ୍ର ଦାୟୀ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories