www.samajalive.in
Saturday, December 6, 2025
17.1 C
Bhubaneswar

ଭାରତ-ନେପାଳ ସୀମାରେ ଗୁଳିମାଡ଼: ଜଣେ ଭାରତୀୟ ମୃତ, ୨ ଆହତ

ପାଟନା: ବିହାରର ସୀତାମଢ଼ୀ ନିକଟରେ ଭାରତ-ନେପାଳ ସୀମାରେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ବିହାରର ସଶସ୍ତ୍ର ସୀମା ବଳର ଆଇଜି ଏହି ସୂଚନା ଦେଇଛନ୍ତି। ନେପାଳ ପଟୁ ଗୁଳିମାଡ଼ କରାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସୂଚନା ଅନୁସାରେ, ଜାନକୀନଗର ସୀମାରେ ନେପାଳ ପୁଲିସ ପକ୍ଷରୁ ଗୁଳିମାଡ଼ କରାଯାଇଛି। ଗୁଳିମାଡ଼ ଯୋଗୁ ସୀମାନ୍ତବର୍ତ୍ତୀ ଚାଷଜମିରେ କାମ କରୁଥିବା ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି। ଘଟଣା ପରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ସୀମାରେ ଦୁଇ ଦେଶର ପୁଲିସ ମୁତୟନ ହୋଇଛନ୍ତି। ବିହାର ସୀମାନ୍ତବର୍ତ୍ତୀ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି। ସୂଚନାଯୋଗ୍ୟ, ନେପାଳର ନୂଆ ନକ୍ସାକୁ ନେଇ ଭାରତ ଓ ନେପାଳ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ନେପାଳ ଏହାର ନୂଆ ନକ୍ସାରେ ଭାରତର ଅନେକ ଅଞ୍ଚଳକୁ ନିଜର ଅଂଶ ବୋଲି ଦର୍ଶାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories