www.samajalive.in
Saturday, December 6, 2025
15.1 C
Bhubaneswar

ଗଜପତିର ୫ ନୂଆ କରୋନା ପଜିଟିଭ ମହାରାଷ୍ଟ୍ର ଓ ଆନ୍ଧ୍ର ଫେରନ୍ତା

ସମାଜ ପୋର୍ଟାଲ ଡେସ୍କ: ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ବିଭିନ୍ନ ପର୍ୟ୍ୟାୟରେ ଜିଲ୍ଲାରେ ୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଥିବା ଏହି ୫ ଜଣ କରୋନା ପଜିଟିଭକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଥିବା ବେଳେ ବର୍ତ୍ତମାନ କୋଭିଡ ହସପିଟାଲରେ ୩୯ ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି।

- Advertisement -

ଆଜି ଚିହ୍ନଟ ହୋଇଥିବା ୫ ଜଣ କରୋନା ପଜିଟିଭ ମେ’ ମାସ ୩୦ ଓ ୩୧ ତାରିଖ ଦିନ ମହାରାଷ୍ଟ୍ରରୁ ୪ ଜଣ ଓ ଆନ୍ଧ୍ରରୁ ଜଣେ ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି’ରେ ଥିବା ସୀମାନ୍ତ ନାକା ଗେଟ ଦେଇ ଆସିଥିଲେ। ନାକା ଗେଟଠାରେ ସେମାନେ ପହଂଚିବା ପରେ ସେଠାରେ ସେମାନଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଜିଲ୍ଲାର ରା ଉଦୟଗିରି ବ୍ଲକର ଭିନ୍ନ ଭିନ୍ନ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ଏମାନେ ସମସ୍ତେ ରା ଉଦୟଗିରି ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି।

ଏହି ୫ ଜଣଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଯିବା ପରେ ଗତ ୧୦ ତାରିଖ ଦିନ ସେମାନଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା। ତେବେ ସେହି ୫ ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ଜିଲ୍ଲାର ରାଜ-ସୀତାପୁର ସ୍ଥିତ କୋଭିଡ କେୟାର ହସପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories