ପାଟଣା: ରବିବାର ଅପରାହ୍ନରେ ୨୦ନଂ ଜାତୀୟ ରାଜପଥ ଅନ୍ତର୍ଗତ କଟରାବେଡା ଛକ ନିକଟରେ ଗୋଟିଏ କାର ଏକ ବାଇକକୁ ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭାଲୁକିପତଳା ଗ୍ରାମର ଭାଗବତ ନାଏକ। ଅପରାହ୍ନ ପ୍ରାୟ ୨ଟାରେ ପରେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୋମବାର ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Popular Categories



