ପାଟଣା: ୨୦ନଂ. ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ-କେନ୍ଦୁଝର ମଧ୍ୟବର୍ତ୍ତୀ ଚାନ୍ଦପଶି ଛକ ନିକଟରେ ରବିବାର ପୂର୍ବାହ୍ନରେ ଜଙ୍ଗଲରୁ ଚାଲିଆସିଥିବା ଏକ ଗୋଠଛଡ଼ା ଦନ୍ତାର ଉତ୍ପାତ କାରଣରୁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଲୋକମାନେ ଦନ୍ତାଟିକୁ ଚିଡାଇବା ଫଳରେ ସେ ରାସ୍ତା ଉପରେ ଏଣେ ତେଣେ ଦଉଡ଼ିଥିଲା। ଫଳରେ ଯାନବାହନ ଗୁଡିକ ରାସ୍ତାରେ ଅଟକି ଯାଇଥିଲେ। ପରେ ଦନ୍ତାଟି ଜଙ୍ଗଲ ଅଞ୍ଚଳକୁ ଚାଲି ଯାଇଥିବା ଜଣାପଡିଛି।
Popular Categories



