www.samajalive.in
Monday, December 15, 2025
17.1 C
Bhubaneswar

ଗାଡି ମଟର ଯାଞ୍ଚବେଳେ ଚୋରା ବାଇକ ଉଦ୍ଧାର, ଜଣେ ଗିରଫ

ବାଲିଗୁଡା :  କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅଞ୍ଚଳରେ ଏକ ବାଇକ ଚୋରି ହୋଇଥିବାବେଳେ ଆଜି ପୁଲିସ ସେହି ଚୋରା ବାଇକକୁ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ ୨୦୨୦ ମସିହାରେ କଲ୍ୟାଣ ମଣ୍ଡପ ନିକଟରେ ରହୁଥିବା ଶିବ ଶଙ୍କର ବିଶ୍ଵାଳ ନାମକ ବ୍ୟକ୍ତିଙ୍କ ଏକ ସିଡି ଡିଲକ୍ସ ବାଇକ ଚୋରି ହୋଇଥିଲା । ଏ ନେଇ ବାଲିଗୁଡା ଥାନାରେ ଏକ ମାମଲା ଋଜୁ ହୋଇଥିଲା । କୋଟଗଡ ପୁଲିସ ଗାଡି ମଟର ଯାଞ୍ଚ ବେଳେ ସେହି ବାଇକ ଧରାପଡିଛି । ଏହି ବାଇକ ଚୋରି  ମାମଲାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଛତ୍ରପୁରର ପ୍ରସନ୍ନ ନାୟକ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ଅଧିକାରୀ ସମ୍ବିତ କୁମାର ସ୍ଵାଇଁ ପ୍ରକାଶ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories