www.samajalive.in
Monday, December 15, 2025
17.1 C
Bhubaneswar

ନାବାଳିକାକୁ ଅସଦାଚରଣ ଅଭିଯୋଗ,ଜଣେ ଗିରଫ

ଚୌଦ୍ୱାର : ଔଷଧ ଦୋକାନକୁ ଔଷଧ କିଣିବାକୁ ଯାଇଥିବା ଜଣେ ନାବାଳିକାକୁ ଦୋକାନୀ ଅସଦାଚରଣ କରିଥିବା ଅଭିଯୋଗରେ ଚୌଦ୍ୱାର ପୁଲିସ ଶଙ୍କରପୁର ଗ୍ରାମର ପ୍ରଶାନ୍ତ ନାୟକ (୪୨)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାବାଳିକା ଓ ତା ପରିବାର ଲୋକେ ମଙ୍ଗଳବାର ଦିନ ଥାନାରେ କରିଥିବା ଅଭିଯୋଗ ସୁତ୍ରରୁ ପ୍ରକାଶ ଯେ ଉକ୍ତ ନାବାଳିକାକୁ ଜ୍ୱର ହୋଇଥିବାରୁ ସୋମବାର ସଂଧ୍ୟାରେ ସେ ଉକ୍ତ ଔଷଧ ଦୋକାନକୁ ଔଷଧ କିଣିବାକୁ ଯାଇଥିଲା। ସେଠାରେ ତାକୁ ଇଞ୍ଜେକ୍ସନ୍ ଦେବାକୁ କହି ପ୍ରଶାନ୍ତ ତାକୁ ଦୋକାନ ଭିତରକୁ ଡାକିନେଇ ତା ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ କାହାରିକୁ ନ କହିବାକୁ ସେ ନାବାଳିକା ଜଣକୁ ଧମକ୍ ଦେଇଥିଲା। ନାବାଳିକା ଜଣକ ଘରକୁ ଫେରି କାନ୍ଦୁଥିବାବେଳେ ଏସମ୍ପର୍କରେ ପରିବାର ଲୋକେ ପଚାରିବାରେ ସେ ଘଟଣା ସମ୍ପର୍କରେ କହିଥିଲା । ଅଭିଯୋଗପାଇ ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରି ବୁଧବାର ଅଦାଲତ ଚାଲାଣ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories