www.samajalive.in
Monday, December 15, 2025
24.1 C
Bhubaneswar

ତାସ ଖେଳ ହେଳା କାଳ ; ନାବାଳକର ଶିଳପୁଆ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ

ତିହିଡି : ଖେଳ ହେଲା କାଳ। ତାସ ଖେଳ ପାଇଁ ଜଣଙ୍କ ଜୀବନ ଚାଲିଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲା ତିହିଡି ଦୋଳସାହିରେ ଘଟିଛି ବୋଲି ରବିବାର ଜଣାପଡ଼ିଛି। ତାସ ଖେଳ ସମୟରେ ବିଭତ୍ସ ହତ୍ୟା । ନାବାଳକର ଶିଳପୁଆ ମାଡ଼ରେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ମୃତ ବ୍ୟକ୍ତି ଜଣକ ହେଲେ ଦୋଳସାହି ଅଞ୍ଚଳର ରବୀନ୍ଦ୍ର ଖୁଣ୍ଟିଆ।
ସୂଚନା ଅନୁଯାୟୀ, ତିହିଡି ଥାନା ଦୋଳସାହି ଗ୍ରାମରେ ତାସ ଖେଳ ଚାଲିଥିବା ବେଳେ ରବୀନ୍ଦ୍ର ଓ ଅଭିଯୁକ୍ତ ନାବାଳକଙ୍କ ସହ କୌଣସି କାରଣରୁ ଯୁକ୍ତି ତର୍କ ଲାଗିବା ସହ ମାଡ଼ପିଟ ଲାଗିଥିଲା । ପରେ ନାବାଳକ ଜଣକ ଉତକ୍ଷିପ୍ତ ହୋଇ ପାଖରେ ଥିବା ଶିଳପୁଆକୁ ରବୀନ୍ଦ୍ର ଉପରକୁ ଛାଟିଥିଲା । ପରେ ଶିଳପୁଆର ମାଡ଼ରେ ରବୀନ୍ଦ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ମୃତ ରବୀନ୍ଦ୍ରଙ୍କ ସହ ନାବାଳକ ପରିବାର ମଧ୍ୟରେ ପୂର୍ବରୁ ଅନେକ ଥର ଝଗଡା ଓ ବିବାଦ ଲାଗି ରହିଥିବା ସୂଚନା ମିଳିଛି। ଯାହାକି ଏହି ଘଟଣାକୁ ନେଇ ଆଜି ଏଭଳି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରୁ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଥିବା ବେଳେ,  ଖବର ପାଇ ତିହିଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories