www.samajalive.in
Sunday, December 7, 2025
14.1 C
Bhubaneswar

ବଜ୍ରପାତରେ ବାପା ମୃତ ; ପୁଅ ଗୁରୁତର ଆହତ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ନହବେଡା ପଞ୍ଚାୟତ କାଞ୍ଜିପାଣି ଗ୍ରାମର ଜଣେ ଚାଷୀ ରବିବାର ଦିନ ବିଲକୁ ହଳ କରିବା ପାଇଁ ଯାଇଥିବା ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଥିବା ଜଣାଯାଇଛି।
ମିଳିଥିବା ସୂଚନାରୁ ଜଣାଯାଏ ଯେ କାଞ୍ଜିପାଣି ଗ୍ରାମର ପିତାମ୍ବର ମହାନ୍ତ (୬୪) ଏବଂ ତାଙ୍କ ପୁଅ ଝସକେତନ ମହାନ୍ତ(୩୦) ଚାଷ ଜମିକୁ ପାୱାର ଟିଲର ଏବଂ ପାଣି ପମ୍ପ ନେଇ ହଳ କରିବା ପାଇଁ ଯାଇଥିଲେ। ଅପରାହ୍ନରେ ହଳ କରୁଥିବା ସମୟରେ ହଠାତ ବିଜୁଳି ଘଡଘଡି ସହିତ ବର୍ଷା ହୋଇଥିଲା। ବାପା ପୁଅ ତରତର ହୋଇ ପାୱାରଟିଲରକୁ ବିଲରୁ ଉପରକୁ ଉଠାଇ ଦେଇ ଘରକୁ ଆସୁଥିଲେ। ପିତାମ୍ବର ମହାନ୍ତ ପାଣି ପମ୍ପକୁ ଧରି ନିଜର ବାଇକ ସାହାର୍ଯ୍ୟରେ ଆସୁଥିବା ସମୟରେ ବଜ୍ରପାତ ହେବା ଫଳରେ ଘଟଣାସ୍ଥଳରେ ହିଁ ସେ ମୃତ୍ୟୁ ବରଣ କରିଥିବା ବେଳେ ପିତାମ୍ବରଙ୍କ ପୁଅ ଝସକେତନ ଟିକିଏ ଦୂରରେ ରହିଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ବର୍ଷା ଛାଡିବା ପରେ ଗ୍ରାମବାସୀ ତୁରନ୍ତ ଝସକେତନକୁ ପ୍ରଥମେ ଝୁମ୍ପୁରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ଅବସ୍ଥା ଗୁରୁତ୍ୱର ଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଜିଲାମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ନିମନ୍ତେ ପଠାଇ ଦେଇଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories