www.samajalive.in
Saturday, December 6, 2025
26.1 C
Bhubaneswar

ସାପ କାମୁଡ଼ାରେ ଜଣେ ମୃତ, ୧ ଗୁରୁତର

ଝୁମ୍ପୁରା: ଝୁମ୍ପୁରା ବ୍ଲକର ପୃଥକ ପୃଥକ ଗାଁରେ ସାପ କାମୁଡ଼ାରେ ଜଣେ ନାବାଳକର ମୃତ୍ୟୁ ଘଟିଥିବାବେଳେ ଜଣେ ନାବାଳିକା ଗୁରୁତର ହୋଇଥିବା ଜଣାଯାଇଛି। ଏହି ବ୍ଲକ ଅର୍ଶଳା ମୁଣ୍ଡା ସାହିର କାଣ୍ଡେର ମୁଣ୍ଡାଙ୍କ ପରିବାର ରାତିରେ ଖାଇ ସାରିବା ପରେ ସମସ୍ତେ ଶୋଇଥିଲା। ରାତି ୧ଟା ବେଳେ କାଣ୍ଡେରଙ୍କ ପୁଅ ଗୌରାଙ୍ଗ ମୁଣ୍ଡା(୯)କୁ ବିଷାକ୍ତ ସାପ କାମୁଡ଼ିଥିଲା। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଝୁମ୍ପୁରା ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଚଉଠିଆ ପଞ୍ଚାୟତର କଳିଙ୍ଗା ଗ୍ରାମର ମୁନୁ ମୁଣ୍ଡାଙ୍କ ଝିଅ ମେଘା ମୁଣ୍ଡା(୧୦)କୁ ମଧ୍ୟ ବିଷାକ୍ତ ସାପ କାମୁଡିଥିଲା। ପରିବାର ଲୋକ ସଙ୍ଗେ ସଙ୍ଗେ ଝୁମ୍ପୁରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ଝୁମ୍ପୁରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଝୁମ୍ପୁରା ଡାକ୍ତରଖାନା କର୍ତ୍ତୃପକ୍ଷ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ପଠାଇଛନ୍ତି।

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories