www.samajalive.in
Sunday, December 7, 2025
14.1 C
Bhubaneswar

ବୌଦ୍ଧ ଜିଲାରେ ମରୁଡି ପ୍ରତିକାର କମିଟିର ସମୀକ୍ଷା ବୈଠକ

ବୌଦ୍ଧ  : ବୌଦ୍ଧ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷତାରେ ବୌଦ୍ଧ ଜିଲାରେ ମରୁଡିର ପ୍ରତିକାର କମିଟିର ସମୀକ୍ଷା ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଗତ ମରୁଡି ଏବଂ ବର୍ତ୍ତମାନ ବନ୍ୟା ପରିସ୍ଥିତି ଉପରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଚାଷୀମାନେ ଯେପରି ଶସ୍ୟ ଯୋଜନାସହିତ ବହୁ ଉତ୍ପାଦନକାରୀ ଫସଲ ଚାଷ କରିପାରିବେ ସେଥିପାଇଁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ଉପରେ ଆଲୋଚନା ହୋଇଥିଲା। ଜିଲାର ସମସ୍ତ ନଦୀ ବନ୍ଧ,କେନାଲର ଜଳସ୍ତର ଓ ଯେପରି ଉପର ମୁଣ୍ଡରୁ ତଳ ମୁଣ୍ଡ ପର୍ଯ୍ୟନ୍ତ ଚାଷ ଜମିକୁ ପାଣି ମାଡି ପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ସମସ୍ତ ମେଗା ଉଠା ଜଳସେଚନ ପଏଣ୍ଟ ଗୁଡିକର ରକ୍ଷଣା ବେକ୍ଷଣ କରିବା ଓ ମରାମତି ଉପରେ ଗୁରୁତ୍ୱ ଦିଆଯାଇ ତୁରନ୍ତ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲାପାଳ ଅଶ୍ୱନି କୁମାର ମେହେର, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତା ରାଣି ଦଳବେହେରା, ଜିଲା କୃଷି ଅଧିକାରୀ ସାରଦା ପ୍ରସାଦ ମିଶ୍ର,ଜଳଛାୟା ମିଶନ ପ୍ରକଳ୍ପ ନିର୍ଦ୍ଦେଶିକା ଆଦ୍ୟାଶା ମଲିକ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତପନ କୁମାର ଦାସ, ଜିଲା ପ୍ରାଣି ଚିକତ୍ସା ଅଧିକାରୀ ଡା. ଅମିତାଭ ପଣ୍ଡାଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories