www.samajalive.in
Sunday, December 7, 2025
14.1 C
Bhubaneswar

ଅଲିମ୍ପିକ୍‌ସ, ଟି୨୦ ବିଶ୍ବକପ୍‌, ୟୁରୋକପ୍‌ର ବର୍ଷ

କଟକ : କ୍ରୀଡ଼ା କ୍ଷେତ୍ରରେ ୨୦୨୪ ବେଶ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି। କାରଣ ଚଳିତ ବର୍ଷ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍‌ସ ସହ ଟି୨୦ ବିଶ୍ବକପ ଓ ୟୁରୋ କପ୍‌ ଭଳି ପ୍ରତିଯୋଗିତା ହେବାବୁ ଯାଉଛି।

ପ୍ୟାରିସ ଅଲିମ୍ପିକ୍‌ସ : କ୍ରୀଡ଼ା ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍‌ସ-୨୦୨୪ ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଆୟୋଜିତ ହେବ। ୩୨ଟି କ୍ରୀଡ଼ା ଶୃଙ୍ଖଳାର ୪୮ଟି ବର୍ଗ​‌ର ୩୨୯ଟି ବିଭାଗରେ ପ୍ରତିଯୋଗିତା ଆୟୋଜିତ ହେବ। ଡି ଫ୍ରାନ୍ସ ଷ୍ଟାଡ଼ିୟମରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ। ୧୦ ହଜାର ୫୦୦ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ଗୁଡ଼ିକ ପାର୍କ ଡି ପ୍ରିନ୍ସ, ରୋଲାଣ୍ଡ ଗାରୋସ ଷ୍ଟାଡ଼ିୟମ, ଫିଲିପ୍ସ ଚାର୍ଟର କୋର୍ଟ, କୋର୍ଟ ସୁଜାନେ ଲିଙ୍ଗିନ୍‌, ସିମୋନି ମାଥ୍ୟୁ କୋର୍ଟ, ପ୍ୟାରିସ ଏକ୍ସପୋ ପୋଟ୍‌ସ, ବ୍ରାସ ଏରିନା, ଗ୍ରାଣ୍ଡ ପାଲାଇସ୍‌, ପ୍ଲେସ ଡି ଙ୍କ​‌େ​‌କ୍ଲାଡ୍‌ଳ ପଣ୍ଟ ଡି ଲିନା, ଗ୍ରାଣ୍ଡ ପ୍ୟାଲେସ ଏ​‌େ​‌ମ୍ପାରିୟମ ଓ ଲେସ୍‌ ଏନ୍‌ଭାଲିଡେସ୍‌ରେ ଖେଳାଯିବ।
ପାରାଲିମ୍ପିକ୍‌ସ କ୍ରୀଡ଼ା : ପ୍ୟାରିସ ପାରାଲିମ୍ପିକ୍‌ସ କ୍ରୀଡ଼ା ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ମୋଟ୍‌ ୪୪୦୦ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ।
ପୁରୁଷ ଟି୨୦ ବିଶ୍ବକପ: ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ପୁରୁଷ ଟି୨୦ କ୍ରିକେଟ ବିଶ୍ବକପର ୧୦ତମ ସଂସ୍କରଣ ୨୦୨୪ ଜୁନ୍‌ ୪ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ୨୦ଟି ଦଳ ଆୟୋଜକ ଆମେରିକା, ୱେଷ୍ଟଇଣ୍ଡିଜ୍‌ ସହ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ନେଦରଲାଣ୍ଡ୍‌ସ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ, ଆୟରଲାଣ୍ଡ, ସ୍କଟଲାଣ୍ଡ,ପପୁଆ ନ୍ୟୁ ଗିନି, କାନାଡା, ନେପାଳ, ଓମାନ, ନାମିମ୍ବିଆ ଓ ଉଗାଣ୍ଡା ଦଳ ଅଂଶଗ୍ରହଣ କରିବେ। ମୋଟ୍‌ ୫୫ଟି ମ୍ୟାଚ ଖେଳାଯିବ।
ମହିଳା ଟି୨୦ ବିଶ୍ବକପ୍‌ : ମହିଳା ଟି୨୦ ବିଶ୍ବକପ-୨୦୨୪ ସେପ୍ଟେମ୍ବର-ଅକ୍ଟୋବରରେ ବାଂଲାଦେଶରେ ଖେଳାଯିବ। ଏଥିରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିବାବେଳେ ୨୩ଟି ମ୍ୟାଚ ଖେଳାଯିବ। ଆୟୋଜକ ବାଂଲାଦେଶ ସହ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍‌ ଓ ପାକିସ୍ତାନ ଦଳ ଯୋଗ୍ୟତା ହାସଲ କରିଥିବାବେଳେ ଅବଶିଷ୍ଟ ଦୁଇ ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରୁ ଯୋଗ୍ୟତା ହାସଲ କରିବେ।
ୟୁରୋ କପ୍‌ : ବିଶ୍ବର ଦ୍ବିତୀୟ ସମ୍ମାନଜନକ ଫୁଟବଲ ପ୍ରତିଯୋଗିତା ୟୁରୋ କପ୍‌-୨୦୨୪ ଆସନ୍ତା ଜୁନ୍‌ ୧୪ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଜର୍ମାନୀରେ ଖେଳାଯିବ। ଏଥିରେ ୟୁରୋପ ମହାଦେଶର ୨୪ଟି ଦଳ ଅଂଶଗ୍ରହଣ କରିବେ। ମ୍ୟାଚଗୁଡ଼ିକ ଜର୍ମାନୀର ୧୦ଟି ଷ୍ଟାଡ଼ିୟମରେ ଖେଳାଯିବ। ପ୍ରତି ୪ ବର୍ଷରେ ଥରେ ଆୟୋଜିତ ହେଉଥିବା ଉକ୍ତ ପ୍ରତିଯୋଗିତାରେ
କୋପା ଆମେରିକା କପ୍‌ ଫୁଟବଲ : ବିଶ୍ବର ତୃତୀୟ ସମ୍ମାନଜନକ ଫୁଟବଲ ପ୍ରତିଯୋଗିତା ହେଉଛି କୋପା ଆମେରିକା କପ୍‌ । ଉକ୍ତ ପ୍ରତିଯୋଗିତା ଚଳିତ ୨୦୨୪ ଜୁନ୍‌ ୨୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଆମେରିକାରେ ଖେଳାଯିବ। ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିବେ। ମ୍ୟାଚଗୁଡ଼ିକ ୧୪ଟି ଷ୍ଟାଡ଼ିୟମରେ ଖେଳାଯିବ। ବିଶ୍ବ ବିଜେତା ଆର୍ଜେଣ୍ଟିନା, ବ୍ରାଜିଲ, ପାରାଗୁଏ, ଉରୁଗୁଏ, କଲମ୍ବିଆ, ମେକ୍ସିକୋ ଭଳି ବିଶ୍ବର ପ୍ରମୁଖ ଫୁଟବଲ ଦଳ ଅଂଶଗ୍ରହଣ କରିବେ।
ବିଶ୍ବ ଟେବୁଲଟେନିସ ଚମ୍ପିଆନସିପ୍‌ : ଦକ୍ଷିଣ କୋରିଆର ବୁସାନରେ ଫେବୃଆରୀ ୧୬ରୁ ୨୫ ପର୍ଯ୍ୟନ୍ତ ବିଶ୍ବ ଟେବୁଲଟେନିସ ଚମ୍ପିଆନସିପ୍‌ ଆୟୋଜିତ ହେବ।
ବିଶ୍ବ ସ୍ନୁକର ଚମ୍ପିଆନସିପ୍‌: ଲଣ୍ଡନର କୁକିବେଲସ୍ଥ ସିଫିଲଡ୍‌ ଥିଏଟରରେ ଏପ୍ରିଲ ୨୦ରୁ ମେ ୬ ପର୍ଯ୍ୟନ୍ତ ବିଶ୍ବ ସ୍ନୁକର ଚମ୍ପିଆନସିପ୍‌ ଆୟୋଜିତ ହେବ।
ବିଶ୍ବ ନୌଚାଳନା ଚମ୍ପିଆନସିପ୍‌ : କାନାଡାରେ ଅଗଷ୍ଟ ୧୮ରୁ ୨୫ ପର୍ଯ୍ୟନ୍ତ ବିଶ୍ବ ନୌଚାଳନା ପ୍ରତିଯୋଗିତା ଆୟୋଜିତ ହେବ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories