ଶ୍ରୀଦେବୀଙ୍କ ନିଧନ ଭାରତୀୟ ସିନମା ପାଇଁ ଅପୂରଣୀୟ କ୍ଷତି

0

କଟକ:   ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କର ନିଧନ ପରେ ଓଲିଉଡ୍‌ର କଳାକାରମାନେ ଶୋକ ବ୍ୟକ୍ତ କରିଛନ୍ତି । ଅଭିନେତ୍ରୀ ମହେଶ୍ୱତା ରାୟ, ଅପରାଜିତା ମହାନ୍ତି, ଅନୁ ଚୌଧୁରୀ, ସିନେମା ନିର୍ଦେଶକ  ଶିଶିର ମିଶ୍ର, ଅଭିନେତା ରାଇ ମୋହନ ପରିଡା ପ୍ରମୁଖ ଶୋକ ବ୍ୟକ୍ତିକରିଛନ୍ତି । ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଯାଇଥିବା ଅନେକ ଲୋକ ବିଶ୍ୱାସ କରି ପାରୁ ନାହାନ୍ତି ।

ଶ୍ରୀଦେବୀଙ୍କର ଅଭିନୟରେ ସବୁବେଳେ ନୂତନତ୍ୱ ଥିଲା, ବଲିଉଡ ତାଙ୍କ ଠାରୁ ବହୁତ କିଛି ଶିଖିଛି ବୋଲି  ସିନେମା ନିର୍ଦେଶକ ଶିଶିର ମିଶ୍ର କହିଛନ୍ତି । ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ମର୍ମାହତ ବୋଲି କହିଛନ୍ତି ।

 

ନିଜ ଜୀବନରେ ଏତେ ଦୁଃଖଦ ଖବର ଶୁଣି ନ ଥିବା  ଅଭିନେତ୍ରୀ  ମହେଶ୍ୱତା ରାୟ କହିଛନ୍ତି । ସେ ଏବେ ଇହ ଜଗତରେ ନ ଥିବା କଥା ବିଶ୍ୱାସ କରି ହେଉ ନ ଥିବା ସେ ପ୍ରକାଶ କରିଛନ୍ତି । ଇଂଲିଶ ଭିଙ୍ଗଲିସ୍‌ ଓ ମମ୍‌ ସିନେମାରେ ବେଶ୍‌ ବଳିଷ୍ଟ ଭୂମିକାରେ ଅଭିନୟ କରିଥିଲେ ବୋଲି ମହେଶ୍ୱତା କହିଛନ୍ତି ।

 

ଶ୍ରୀଦେବୀ ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଥିଲେ ବୋଲି ଅପରାଜିତା ମହାନ୍ତି କହିଛନ୍ତି ।  ତାଙ୍କୁ କେବେବି ଭୁଲି  ହେବ ନାହିଁ । ତାଙ୍କର ନିଧନ ସିନେମା ଉଦ୍ୟୋଗ ପାଇଁ ଅପୂରଣୀୟ କ୍ଷତି  ଅପରାଜିତା ସୂଚନା ଦେଇଛନ୍ତି ।

 

ଶ୍ରୀଦେବୀଙ୍କର ସ୍ଥାନ କେହି ବି ନେଇ ପାରିବେ ନି । ସେ ବହୁତ  ଜଣେ ଭଲ ଅଭିନେତ୍ରୀଙ୍କ ସହ ଭଲ ମଣିଷ ବୋଲି ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରୀ କହୁଛନ୍ତି ।

 

ଓଲିଉଡ୍‌ ଅଭିନେତା ଅନୁଭବ ମହାନ୍ତି  ଶ୍ରୀଦେବୀଙ୍କୁ ଅତୁଳନୀୟ ଓ ମହାନ ଅଭିନେତ୍ରୀ ବୋଲି କହିଛନ୍ତି  । ସେ  ଚମତ୍କାର ଅଭିନୟ କରିପାରୁଥିଲେ । ଶ୍ରୀଦେବୀଙ୍କ ନିିଧନ ବଲିଉଡ୍‌ ସହ କଳା ଜଗତ ପାଇଁ ଏକ ଦୁଃଖଦ ଘଟଣା ବୋଲି ଅନୁଭବ କହିଛନ୍ତି ।

 ଶ୍ରୀଦେବୀ ଜଣେ ମହାନ କଳାକାର ଥିଲେ। ତାଙ୍କ ମୃତ୍ୟୁରେ ବଲିଉଡ୍‌ରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଓଲଉଡ୍‌ ଅଭିନେତା  ମିହିର ଦାସ କହିଛନ୍ତି ।

 

 ଶ୍ରୀଦେବୀଙ୍କର ମୃତ୍ୟୁରେ ଅତ୍ୟନ୍ତ ମର୍ମାହତ ହୋଇଥିବା କଥା ସମାଜସେବୀ ତଥା ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ରୋଜାଲିନ ପାଟଶାହାଣୀ ମିଶ୍ର ପ୍ରକାଶ କରିଛନ୍ତି । ସେ ଅତି ଉଚ୍ଚକୋଟୀର ଅଭିନେତ୍ରୀ ଥିଲେ । ସାରା ଦେଶରେ ତାଙ୍କ ଅଭିନୟ ପାଇଁ କୋଟି କୋଟି ପ୍ରଶଂସକ ସୃଷ୍ଟି କରି ପାରିଥିଲେ । ଅଭିନୟ ସେ ବେଶ୍‌ ଭଲ ନୃତ୍ୟ ବି କରିପାରୁଥିଲେ ବୋଲି ରୋଜାଲିନ୍‌ କହିଛନ୍ତି ।

Leave A Reply