‘ମିଳନୀ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ଉଦଘାଟନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର: ଭୁବନେଶ୍ୱରର ସର୍ବପୁରାତନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ମିଳନୀ’ର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମହତାବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟା ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ସମାରୋହକୁ ଉଦଘାଟନ କରିଥିଲେ। ପ୍ରାରମ୍ଭରେ ମିଳନୀର କାର୍ୟ୍ୟକାରୀ ସଭାପତି ଦିଗାମ୍ବର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଦାସ ମିଳନୀର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟପାଳ ମିଳନୀର ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ଶୁଭ ଉନ୍ମୋଚନ କରିବା ସହ ମିଳନୀର ବର୍ତମାନ ସଭାପତି ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ‘ମୋ ଜୀବନର ସଂଘର୍ଷମୟ କାହାଣୀ’ ଓ ‘ଆବର୍ଜନାର ଫୁଲ’ ଦୁଇଟି ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହାପରେ ପରେ ଭଦ୍ରକ ଜିଲ୍ଲାର ସାହିତ୍ୟ, ସଂସ୍କୃତି ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁନାମ ଅର୍ଜନ କରିଥିବା ଛଅ ଜଣ ବ୍ୟକ୍ତିତ୍ୱ ଯଥା ଡ଼ ନନ୍ଦ ନନ୍ଦନ ଦାସ, ବିନୋଦ ବିହାରୀ ପଲେଇ, ଡ଼ ରମାକାନ୍ତ ରାଉତ, ଡ଼ ହୃଷିକେଶ ମଲ୍ଲିକ, ଅଶୋକ କୁମାର ମହାନ୍ତି ଓ ପ୍ରଫେସର ଶୈଳେନ୍ଦ୍ର କୁମାର ମହାପାତ୍ରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

prayash

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବସବାସ କରୁଥିବା ଭଦ୍ରକ ଜିଲାର ଲୋକଙ୍କୁ ନେଇ, ‘ମିଳନୀ’ ଭଳି ଏକ ସ୍ବନାମଧନ୍ୟ ସାଂସ୍କୃତିକ ଅନୁଷ୍ଠାନକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ ହରେକୃଷ୍ଣ ମହତାବ ଗଢ଼ିଥିବା ସହ ସେ ଏହାର ପ୍ରଥମ ସଭାପତି ରହିଥିଲେ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଗତ ୫୦ ବର୍ଷରେ କ୍ଷରାଜଧାନୀରେ ରହୁଥିବା ଭଦ୍ରକବାସୀଙ୍କ ମଧ୍ୟରେ ସମନ୍ୱୟ, ଭାଇଚାରା ଓ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିଥିବାରୁ ଉଚ୍ଚ ପ୍ରଂଶସା କରିଥିଲେ। ଏହାର ମୁଖ୍ୟ ପୁରୋଧା ଡ଼ ହରେକୃଷ୍ଣ. ମହତାବ ତାଙ୍କ ଜନକଲ୍ୟାଣ କାର୍ୟ୍ୟକ୍ରମ ପାଇଁ କେବଳ ଭଦ୍ରକ କାହଁକି ସାରା ଓଡ଼ିଶାର ଜନମାନସରେ ମନେରହିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠି ଯୋଗ ଦେଇଥିଲେ।
ଶେଷରେ ଗୁରୁ ଜଗନ୍ନାଥ କୁଅଁରଙ୍କ ନିର୍ଦେଶନାରେ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ ଓ ରଜ ଦୋଳି ନୃତ୍ୟ ଆଦି ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଶିତ ହୋଇଥିଲା। ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ପୁରୁଷୋତ୍ତମ ବଳ, ନିରୋଦ ନାରାୟଣ ମହାନ୍ତି ଓ ଭାସ୍କର ଚନ୍ଦ୍ର ଜେନା ପରିଚାଳନା କରିଥିଲେ।

kalyan agarbati

Comments are closed.