www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଛାତିଥରା ଦୃଶ୍ୟ ; ଭଙ୍ଗା ପୋଲରେ ଜୀବନକୁ ବାଜି ଲଗାଇ ଯାଉଛନ୍ତି ଲୋକେ..

ନୂଆଦିଲ୍ଲୀ : ଗୁଜରାଟର ବଡୋଦରାରେ ମହିସାଗର ନଦୀ ଉପରେ ତିଆରି ହୋଇଥିବା ପୋଲ ମଝିରୁ ୨ ଫାଳ ହୋଇ ନଦୀ ଅନେକ ଯାନ ଖସି ଏଯାଏଁ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ମାମଲା ପରେ ପରେ ଝାଡଖଣ୍ଡରୁ ଭଙ୍ଗା ପୋଲର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ନେଇ ପୁଣି ଏକ ଅଘଟଣ ଘଟିବାକୁ ନେଇ ଆଶଙ୍କା କରାଯାଉଛି । ଭଙ୍ଗା ପୋଲର ଭୟଭୀତ କରୁଥିବା ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।

- Advertisement -

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିପାରିବେ, ଜଣେ ବୃଦ୍ଧା ଏହି ଅଧା ଭଙ୍ଗା ପୋଲରେ ନିଜ ଜୀବନକୁ ବାଜି ଲଗାଇ ଏପାଖରୁ ସେପାଖକୁ ଯାଉଛନ୍ତି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେବା ସହ ପ୍ରଶାସନକୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଭଙ୍ଗା ପୋଲର ଏହି ଘଟଣା ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର, ଯେଉଁଠାରେ ଲୋକମାନେ ଗାଁ ମଝିରେ ନିର୍ମିତ ଏହି ଭଙ୍ଗା ଲୁହା ପୋଲ ଦେଇ ଅନ୍ୟ ପାର୍ଶ୍ୱକୁ ଯିବାକୁ ବାଧ୍ୟ ହେଉଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓଟି ଲୋକଙ୍କୁ ଚକିତ କରିଛି, କାରଣ ଯୁବପିଢି ମଧ୍ୟ ଏହି ପୋଲ ଦେଇ ଯିବା ପୂର୍ବରୁ ଶହେ ଥର ଚିନ୍ତା କରିବ, କିନ୍ତୁ ଗାଁର ଲୋକମାନେ ଏହି ପୋଲ ଦେଇ ଯିବାକୁ ବାଧ୍ୟ ହେଉଛନ୍ତି।

ଆଜି ଗୁରୁ ପୂର୍ଣ୍ଣିମାରେ ଗ୍ରହଙ୍କ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ପାଇଁ ଆସିଗଲା ବଡ ଖୁସି, ଧନ ଠାରୁ ବିବାହ ସବୁଥିରେ ସଫଳତା,ସୁନା ଭଳି ଚମକିବ ଭାଗ୍ୟ..

ଜାଣନ୍ତୁ ସାମ୍‌ସଙ୍ଗ୍‌ର ନୂଆ ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌ ଦାମ୍‌ କେତେ; ଏହି ଦିନରୁ ଆରମ୍ଭ ହେବ ବିକ୍ରି

ଦେଖନ୍ତୁ ଭୟଭୀତ କରୁଛି ଏହି ଭିଡିଓ; ଖାଲି ହାତରେ ଯୁବକ ଧରିଲେ ବିଶାଳକାୟ ଅହିରାଜ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories