www.samajalive.in
Monday, December 15, 2025
16.1 C
Bhubaneswar

ହାତୀ ଆକ୍ରମଣରେ ବୃଦ୍ଧ ମୃତ ; ୬ ବର୍ଷରେ ଗଲାଣି ୮ ଜୀବନ

ନାକଟିଦେଉଳ : ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବାଟଗାଁ ଫରେଷ୍ଟ ସେକ୍ସନର ବସାଲୋଇ ଗ୍ରାମରେ ବଣୁଆ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ବିରଞ୍ଚି ବାଦୀ ଏବଂ ତାଙ୍କ ବୟସ ପ୍ରାୟ ୫୮ବର୍ଷ ହେବ। ପ୍ରାପ୍ତ ଖବର ଅନୁସାରେ ବିରଞ୍ଚି ଶୁକ୍ରବାର ଅପରାହ୍ନ ପ୍ରାୟ ୫ଟା ସମୟରେ ନିଜ ଘରଠାରୁ ପ୍ରାୟ ୧ କିଲୋମିଟର ଦୂର ଆଟ ଜମିକୁ କେନ୍ଦୁପତ୍ର ଗୋଛା କାଟିବାକୁ ଯାଇଥିଲେ। ସନ୍ଧ୍ୟା‌ରେ ଫେରିବା ସମୟରେ ରାସ୍ତାରେ ଏକ ବଣୁଆ ହାତୀ ହାବୁଡ଼ରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ସମ୍ମୁଖରେ ହାତୀକୁ ଦେଖି ବିରଞ୍ଚି ସେଠାରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବାବେଳେ ହାତୀଟି ତାଙ୍କୁ ଶୁଣ୍ଡରେ ଉଠାଇ କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି। ଏଣେ ରାତି ପ୍ରାୟ ୭ଟା ପର୍ୟ୍ୟନ୍ତ ବିରଞ୍ଚି ଘରକୁ ନଫେରିବାରୁ ପରିବାର ଲୋକେ ଆଖପାଖରେ ଖୋଜାଖୋଜି କରି କୌଣସି ସନ୍ଧାନ ପାଇପାରି ନଥିଲେ। ଶନିବାର ସକାଳୁ ପରିବାର ଲୋକେ ପୁଣିଥରେ ଜଙ୍ଗଲରେ ଖୋଜାଖୋଜି କରିବାରୁ ଗ୍ରାମରୁ ପ୍ରାୟ ୧ କିଲୋମିଟର ଦୂରରେ ବିରଞ୍ଚିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏସଂପର୍କରେ ଖବରପାଇ ନାକଟିଦେଉଳ ଥାନା ଅଧିକାରୀ ଇସ୍ମାଇଲ ଏକ୍କା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇବା ସହ ଏନେଇ କେସ ନଂ୨/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି। ସେହିପରି ଖବରପାଇ ନାକଟିଦେଉଳ ରେଞ୍ଜ ଅଫିସର ଅଶ୍ୱିନୀ କୁମାର ବେହେରା ଏବଂ ବାଟଗାଁ ଫରେଷ୍ଟର ଅନୀଲ କୁମାର କିସାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାସହ ହାତୀ ଆକ୍ରମଣରେ ମୃତ ବିରଞ୍ଚି ବାଦୀଙ୍କ ପତ୍ନୀ ଗୁରୁବାରୀ ବାଦୀଙ୍କୁ ସହାୟତା ବାବଦରେ ବନବିଭାଗ ପକ୍ଷରୁ ୪୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି କହିଥିଲେ। ହାତୀ ଟ୍ରାକିଂ ଏବଂ ହାତୀ ଘଉଡ଼ାଇବା ଦିଗରେ ଏଲିଫ୍ୟାଣ୍ଟ ସ୍କ୍ବାର୍ଡ଼ ନିୟୋଜିତ କରାଯାଇଥିବା ରେଞ୍ଜ ଅଫିସର ଶ୍ରୀ ବେହେରା କହଛନ୍ତି।

ସୂଚନାଯୋଗ୍ୟ ଯେ, ନାକଟିଦେଉଳ ବନାଞ୍ଚଳରେ ଗତ କିଛିବର୍ଷ ହେବ ବଣୁଆ ହାତୀ ମାନଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ହାତୀ ଉପଦ୍ରବ ଯୋଗୁଁ ବିଭିନ୍ନ ସମୟରେ ଲୋକଙ୍କ ଘରଦ୍ୱାର ଭାଙ୍ଗି ନଷ୍ଟ ହୋଇଯାଉଥିବାବେଳେ ଧନଜୀବନ ମଧ୍ୟ ନଷ୍ଟ ହେଉଛି। ହାତୀ ଆକ୍ରମଣରେ ଗତ ୬ ବର୍ଷ ମଧ୍ୟରେ ଏହି ବନାଞ୍ଚଳରେ ୮ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୦୧୪ରେ ଚଡ଼ଚଡ଼ି ଗ୍ରାମରେ ଜଣେ ବୃଦ୍ଧା, ୨୦୧୫ ମାର୍ଚ୍ଚ ୩ ତାରିଖରେ ଅଙ୍ଗବିରା ଗ୍ରାମର ଜଣେ ଯୁବକ, ୨୦୧୬ ଜାନୁଆରୀ ୨୭ତାରିଖରେ ପ୍ରତାପପୁର ଗ୍ରାମର ଜଣେ ବୃଦ୍ଧ, ୨୦୧୯ ଜୁନ ୧୭ତାରିଖରେ ବିନ୍ଧପୁର ଗ୍ରାମରେ ୨୦୧୯ ଅକ୍ଟୋବର ୧୦ତାରିଖରେ ଡାହିମାଲ ଗ୍ରାମର ଜଣେ ଯୁବକ, ୨୦୨୦ ମଇ ୨୩ ତାରିଖରେ ବେଠିଆବେର୍ଣ୍ଣୀ ଗ୍ରାମରେ ଜଣେ ମହିଳା ଏବଂ ସେହି ମଇ ମାସ ୨୯ ତାରିଖରେ ହିତସରା ଗ୍ରାମର ଜଣେ ମହିଳାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories