www.samajalive.in
Wednesday, December 10, 2025
16.1 C
Bhubaneswar

ଏଥର ହେବ ନାହିଁ ସ୍ବତନ୍ତ୍ର ଓଜେଇଇ; ଜେଇଇ ମେନ୍‌ କ୍ବାଲିଫାଇଙ୍କୁ ମିଳିବ ଅଗ୍ରାଧିକାର

ଭୁବନେଶ୍ୱର: ଚଳିତ ବର୍ଷ ଦ୍ୱିତୀୟ ବା ସ୍ବତନ୍ତ୍ର ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା(ଓଜେଇଇ) ୨୦୨୦ ହେବ ନାହିଁ। କୋଭିଡ୍‌୧୯କୁ ଦୃଷ୍ଟିରେ ଓଜେଇଇ ପକ୍ଷରୁ ଏବର୍ଷ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥର ବିଟେକ୍‌ ପାଇଁ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ହେବ। ସ୍ବତନ୍ତ୍ର ଓଜେଇଇ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ନାମଲେଖା ସମୟରେ ଜେଇଇ ମେନ୍‌ କ୍ବାଲିଫାଇ ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ ଏବଂ ତା’ପରେ ଓଜେଇଇ ପରୀକ୍ଷାର୍ଥୀଙ୍କୁ ସୁଯୋଗ ମିଳିବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ୍‌ କହିଛନ୍ତି ଯେ, କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଓଜେଇଇରେ ପରିବର୍ତ୍ତନ କରାଯାଇଛି। ସାଧାରତଃ ମେ’ ମାସରେ ଜେଇଇ ମେନ୍‌ ପରୀକ୍ଷା ହୋଇଥାଏ ଏବଂ ଗତ କିଛି ବର୍ଷ ଧରି ଦ୍ବିତୀୟ ବା ସ୍ବତନ୍ତ୍ର ଓଜେଇଇ ପରୀକ୍ଷା ଜୁଲାଇ ମାସ ତୃତୀୟ ସପ୍ତାହରେ କରାଯାଏ। କିନ୍ତୁ ଏ ବର୍ଷ ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷା ଜୁଲାଇ ମାସ ତୃତୀୟ ସପ୍ତାହରେ ହେଉଛି। ତା’ପରେ ଓଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି ତେଣୁ ଏହି ପରିପ୍ରେକ୍ଷୀରେ ଦ୍ବିତୀୟ ବା ସ୍ବତନ୍ତ୍ର ଓଜେଇଇ କରିବା ସମ୍ଭବ ନୁହେଁ। ଯେଉଁସବୁ ପାଠ୍ୟକ୍ରମ ପାଇଁ ଓଜେଇଇ କରାଯାଉଛି ସେଥିରେ କେବଳ ବି.ଟେକ୍‌କୁ ସାମିଲ କରାଯାଇନଥାଏ। ଯେହେତୁ ବି.ଟେକ୍‌ ପାଠ୍ୟକ୍ରମ ପାଇଁ ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ସିଟ୍‌ ଖାଲି ପଡୁଛି ତାହାକୁ ଦୃଷ୍ଟିରେ ରଖି ଏ ବର୍ଷ ନିଷ୍ପତ୍ତି ନିଆଯାଇଛି ଯେ ବିଟେକ୍‌ ପାଇଁ ଏବ ସ୍ବତନ୍ତ୍ର ପରୀକ୍ଷା ପ୍ରଥମ ଓଜେଇଇ ସହିତ ହିଁ କରାଯିବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଅର୍ଥାତ୍‌ ମେ’ ୧୨ରୁ ଆରମ୍ଭ ହୋଇଛି ଓ ଏହା ମେ’ ୩୧ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ ଓଜେଇଇ ୱେବ୍‌ସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ ଆବେଦନ ସାଙ୍ଗକୁ ଜୁନ୍‌ ୫ ପର୍ଯ୍ୟନ୍ତ ଆବଦନ ଫି ଦାଖଲ କରିପାରିବେ। ତେବେ କାଉନ୍‌ସେଲିଂ ସମୟରେ ଜେଇଇ ମେନ୍‌ ଛାତ୍ରଛାତ୍ରୀଙ୍କ ଅଗ୍ରାଧିକାର ଦିଆଯିବ ଏବଂ ତା’ପରେ ଓଜେଇଇ ସ୍ବତନ୍ତ୍ର ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବ। ତେଣୁ ଯେଉଁମାନେ ଜାନୁଆରୀ ମାସରେ ଜେଇଇ ମେନ୍‌ ପରୀକ୍ଷା ଦେଇଛନ୍ତି କିମ୍ବା ଜୁଲାଇ ମାସରେ ଜେଇଇ ମେନ୍‌ ପରୀକ୍ଷା ଦେବେ ସେମାନେ ଓଜେଇଇ ପରୀକ୍ଷା ଦେବା ଆବଶ୍ୟକତା ନାହିଁ। ଅନ୍ୟମାନେ ଓଜେଇଇ ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ପଢ଼ିବା ପରେ ଅନ୍‌ଲାଇନ୍‌ରେ ଆବଦେନ କରିବାକୁ ପରାମର୍ଶ ଦିଆଯାଇଛି। ଜୁନ୍‌ ୧୭ ପରେ ପରିସ୍ଥିତି ଦେଖି ଆଡ଼ମିଟ କାର୍ଡ ଓ ପରୀକ୍ଷା ଦିନ ଧାର୍ଯ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories