ଏବେ ବଢ଼ିବନି ତୈଳଦର

0

ନୂଆଦିଲ୍ଲୀ: ଡିଜେଲ୍‍ ଓ ଗ୍ୟାସୋଲିନ୍‍ ମୂଲ୍ୟ ବୃଦ୍ଧି ନ କରିବା ପାଇଁ କେନ୍ଦ୍ର ସରକାର ତୈଳ ବିତରଣ କମ୍ପାନୀଙ୍କୁ ନିର୍ଦେଶ ଦେଇଛନ୍ତି। କେତେକ ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ବିଶେଷଜ୍ଞମାନେ କହିଛନ୍ତି। ତେଣୁ ବିଧାନସଭା ନିର୍ବାଚନ ସରିବା ପର୍ଯ୍ୟନ୍ତ କିମ୍ବା ସରକାରଙ୍କ ଅନ୍ୟାଦେଶ ପର୍ଯ୍ୟନ୍ତ ଆପାତତଃ ଡିଜେଲ୍‍ ଓ ଗ୍ୟାସୋଲିନ୍‍ ବଢ଼ିବନି ବୋଲି ଆଶା କରାଯାଇପାରେ। ଜିଏସ୍‍ଟିରେ ତୈଳ ସାମିଲ୍‍ ହେବାର ସମ୍ଭାବନା ଥିବାରୁ ସେ ବାବଦରେ କେନ୍ଦ୍ର ସରକାର କିିଛି ରାଜସ୍ୱ ହରାଇପାରନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ତୈଳ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ ନ କରିବାକୁ ତୈଳ ମନ୍ତ୍ରାଳୟ ଚିନ୍ତା କରୁଛି। ତେଣୁ ତୈଳ ବିତରଣ କମ୍ପାନୀମାନେ ଲିଟର ପିଛା ୧ ଟଙ୍କା କ୍ଷତି ସହିବେ। ଏହି କ୍ଷତିକୁ ଅନ୍ୟ ଉପାୟରେ ଭରଣା କରାଯିବ ବୋଲି ଯୋଜନା ପ୍ରସ୍ତୁତ ହୋଇଥିବା ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି।

Leave A Reply