www.samajalive.in
Saturday, December 6, 2025
16.1 C
Bhubaneswar

ମହାରାଷ୍ଟ୍ର: ତେଲ ଟ୍ୟାଙ୍କର୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଲା ରାଜପଥ; ୪ ମୃତ, ୩ ଆହତ

ମୁମ୍ବଇ: ମହାରାଷ୍ଟ୍ରର ମୁମ୍ବଇ-ପୁଣେ ଏକ୍ସପ୍ରେସ ୱେରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ତେଲ ଟ୍ୟାଙ୍କର୍ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସେହି ସ୍ଥାନର ରାଜପଥରେ ହିଁ ନିଆଁ ଲାଗିଯାଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ରାଜପଥର ଗୋଟିଏ ପାର୍ଶ୍ୱରେ ଯାତାୟତ ବନ୍ଦ କରି ଦିଆଯାଇଛି ଏବଂ କେବଳ ଗୋଟିଏ ପାର୍ଶ୍ୱରୁ ଯାନବାହାନ ଚଳାଚଳ କରୁଛି।

ଜଣେ ଅଧିକାରୀଙ୍କ କହିବାନୁସାରେ, ଲୋନାଭାଲା ଏବଂ ଖଣ୍ଡାଲା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଟ୍ୟାଙ୍କରରେ କିଛି ରାସାୟନିକ ପଦାର୍ଥ ଭର୍ତ୍ତି ହୋଇଥିଲା। ଦୁର୍ଘଟଣା ପରେ ଟ୍ୟାଙ୍କରେ ନିଆଁ ଲାଗିଯାଇଥିଲା ଏବଂ ରାସାୟନିକ ବିସ୍ଫୋରଣ ଘଟି ଏହାର ନିଆଁ ସେହି ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକ ଉପରେ ପଡ଼ିଥିଲା। ଲୋନାଭାଲା ଥାନାର ଜଣେ ଅଧିକାରୀ କହିଛନ୍ତି ଯେ, ରାସ୍ତାରେ ଯାଉଥିବା ୩ ଜଣ ମୋଟର ଚାଳକ ଏଥିରେ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ସେହି ଟ୍ୟାଙ୍କରରେ ଥିଲେ। ସେହିପରି ଟ୍ୟାଙ୍କରରେ ଥିବା ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ନିଆଁକୁ ଆୟତ୍ତ କରାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories