www.samajalive.in
Monday, December 8, 2025
13.1 C
Bhubaneswar

ମହାରାଷ୍ଟ୍ର: ତେଲ ଟ୍ୟାଙ୍କର୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଲା ରାଜପଥ; ୪ ମୃତ, ୩ ଆହତ

ମୁମ୍ବଇ: ମହାରାଷ୍ଟ୍ରର ମୁମ୍ବଇ-ପୁଣେ ଏକ୍ସପ୍ରେସ ୱେରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ତେଲ ଟ୍ୟାଙ୍କର୍ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସେହି ସ୍ଥାନର ରାଜପଥରେ ହିଁ ନିଆଁ ଲାଗିଯାଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ରାଜପଥର ଗୋଟିଏ ପାର୍ଶ୍ୱରେ ଯାତାୟତ ବନ୍ଦ କରି ଦିଆଯାଇଛି ଏବଂ କେବଳ ଗୋଟିଏ ପାର୍ଶ୍ୱରୁ ଯାନବାହାନ ଚଳାଚଳ କରୁଛି।

ଜଣେ ଅଧିକାରୀଙ୍କ କହିବାନୁସାରେ, ଲୋନାଭାଲା ଏବଂ ଖଣ୍ଡାଲା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଟ୍ୟାଙ୍କରରେ କିଛି ରାସାୟନିକ ପଦାର୍ଥ ଭର୍ତ୍ତି ହୋଇଥିଲା। ଦୁର୍ଘଟଣା ପରେ ଟ୍ୟାଙ୍କରେ ନିଆଁ ଲାଗିଯାଇଥିଲା ଏବଂ ରାସାୟନିକ ବିସ୍ଫୋରଣ ଘଟି ଏହାର ନିଆଁ ସେହି ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକ ଉପରେ ପଡ଼ିଥିଲା। ଲୋନାଭାଲା ଥାନାର ଜଣେ ଅଧିକାରୀ କହିଛନ୍ତି ଯେ, ରାସ୍ତାରେ ଯାଉଥିବା ୩ ଜଣ ମୋଟର ଚାଳକ ଏଥିରେ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ସେହି ଟ୍ୟାଙ୍କରରେ ଥିଲେ। ସେହିପରି ଟ୍ୟାଙ୍କରରେ ଥିବା ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ନିଆଁକୁ ଆୟତ୍ତ କରାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories