www.samajalive.in
Saturday, December 6, 2025
19.1 C
Bhubaneswar

କନ୍ଦାଗଡ଼ ଶିଳ୍ପୀ ପାଇଲେ କଳାକାର ସହାୟତା; ଅଭାବ ବିକ୍ରି କାରିଗରଙ୍କ ଗୋଟିଏ ଚିନ୍ତା

ଲଡୁଗାଁ: କଳାହାଣ୍ଡି ଏକ କଳା, ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ଜିଲା। ଏହାର ଅନ୍ୟ ଏକ ଉଦାହରଣ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଅଞ୍ଚଳର ଆରାଧ୍ୟ ଆମପାଣି ସ୍ଥିତ ପ୍ରଭୁ ବୁଢ଼ାରଜାଙ୍କ ମନ୍ଦିର ପାଦଦେଶରେ ଥିବା ଶିଳ୍ପୀଗଡ଼ କନ୍ଦାଗଡ ଗାଁର ପ୍ରସ୍ତର ଶିଳ୍ପ। ଏହି କଳା ପାଇଁ ଗାଁର ସ୍ବତନ୍ତ୍ର ପରିଚୟ ରହିଛି। ଶିଳ୍ପୀ ନିର୍ଜୀବ ପଥର ଦେହରେ କଳାର ଚତୁରୀ ଦେଇ ସଞ୍ଜୀବନିର ମନ୍ତ୍ର ଫୁଙ୍କୁଥିଲା। ହେଲେ ସବୁ ନିସ୍ତବ୍ଧ ହେବାକୁ ବସିଲାଣି। ବ୍ୟବସାୟ ମାନ୍ଦା ପଡିଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ପରିସ୍ଥିତି ବଦଳାଇ ଦେଇଛି ଶିଳ୍ପୀର ପରିଚୟ ଓ ଜୀବନଜୀବିକା। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ଏହି ଶିଳ୍ପୀ ତଥା କଳାକାରମାନଙ୍କ ପାଇଁ ବରଦାନ ସାଜି ଉଭାହୋଇଛି ସତ। କିନ୍ତୁ ଅଭାବ ବିକ୍ରି ସତେ ଯେମିତି ସେମାନଙ୍କ ପାଇଁ ଏକ ଅଭିଶାପ ହୋଇ ରହିଯାଇଛି।

କୋକସରା ବ୍ଲକରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଚାରକଙ୍କ ଉପସ୍ଥିତିରେ ପ୍ରଶାସନିକ ଅଧିକାରୀଙ୍କ ଗହଣରେ ୨ ଶହରୁ ଊର୍ଦ୍ଧ୍ୱ କଳାକାର ନିଜ ନିଜ ଦକ୍ଷତାର ପ୍ରଦର୍ଶନ କରିଥିଲେ। ତନ୍ମଧ୍ୟରୁ ୧ ଶହ ୯୫ ଜଣଙ୍କୁ ଏହି ସହାୟତାରେ ଚୟନ କରାଯାଇଛି। ଏହି ସହାୟତା ରାଶି ଶିଳ୍ପୀଗ୍ରାମ କନ୍ଦାଗଡ଼ରେ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ କୋକସରା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମିତିସଭ୍ୟା ନର୍ତ୍ତକୀ ଦଣ୍ଡସେନା,ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଉପସ୍ଥିତ ରହି ଏହି ଗାଁର ୬ ଜଣ ଶିଳ୍ପୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ।

- Advertisement -

ସୂଚନାଯୋଗ୍ୟ, ୧୯୮୫ ମସିହାରୁ ଏହି ଗାଁରେ ପଥର ଶିଳ୍ପର ଆରମ୍ଭ ହୋଇଥିଲା। କାଳକ୍ରମେ ବର୍ତ୍ତମାନର ପୀଢି ଏହି କଳାକୁ ଆପଣାଇ ବେଶ୍ ପ୍ରସିଦ୍ଧି ଲାଭ କରିଛି । ବିଭିନ୍ନ ପ୍ରକାରର ପଥର ମୂର୍ତ୍ତି ତିଆରି କରି ସମଗ୍ର ଦେଶରେ ନାଁ କରିଥିଲା ଏହି ଆଦିବାସୀ ଗାଁ। ହେଲେ ଆଜିର ଚିତ୍ର ଭିନ୍ନ। ମାତ୍ର ୮ରୁ ୧୦ଜଣ ଶିଳ୍ପୀ ବେଉଷାକୁ ଆପଣେଇ ରହିଯାଇଛନ୍ତି। ଅଭାବ ବିକ୍ରି ଯୋଗୁଁ ସହଜଖୋଲ ଜଙ୍ଗଲର ପାଦ ଦେଶରେ ଥିବା ଏହି ଗାଁର ପ୍ରାୟ ୨ ଶହ ଲୋକଙ୍କ ଜୀବନ ଜୀବିକାରେ ବାଧା ଉପୁଜିଛି। ରୋଜଗାର ଆଶାରେ ଦାଦନ ହୋଇ କିଏ ବାଙ୍ଗାଲୋର ଯାଇଛି ତ କିଏ ଚେନ୍ନାଇ ଯାଉଛି। ସରକାର ଏହି ଯୋଜନାରୁ ବାଦ ପଡ଼ିଥିବା ଶିଳ୍ପୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାସହ ଆମପାଣିଠାରେ ଏକ ପଥର ମୂର୍ତ୍ତି ଶୋ’ ରୁମ୍ ନିର୍ମାଣ କରାଗଲେ ସମସ୍ତେ ଉପକୃତ ହୋଇପାରିବେ ବୋଲି ଶିଳ୍ପୀ କୁହନ୍ତି । ଭଗବାନଙ୍କ ମୂର୍ତ୍ତିଠାରୁ ଆରମ୍ଭ କରି ଅର୍ଡର ଅନୁଯାୟୀ ଅବିକଳ ଚିତ୍ର ଦେଇ କାରିଗର ମୂର୍ତ୍ତି ଗଢୁଥିଲା। ହେଲେ ଆଜି ସେ ସ୍ଥାନରେ ଖାଁ ଖାଁ ଓ ନୀରବତା ଛାଇ ଯାଇଛି । ଦୀପତଳ ଅନ୍ଧାର ଭଳି ରହିଯାଇଛି କଳାର ହାଣ୍ଡି ବୋଲାଉଥିବା କଳାହାଣ୍ଡି କାରିଗରର ଜୀବନ। ଦିନଥିଲା ପଥର ମୂର୍ତ୍ତି ନେବା ପାଇଁ ଏଠାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଲୋକଙ୍କ ଭିଡ଼ ଜମୁଥିଲା। ଯଦି ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି କନ୍ଦାଗଡ଼ର ଏହି ପ୍ରସିଦ୍ଧ ପଥର ଶିଳ୍ପ ଓ ଶିଳ୍ପୀ ଯେ ବିଲୁପ୍ତ ହୋଇଯିବେ ତାହା ନିଃସନ୍ଦେହ। ତେବେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତା ପାଇଥିବା ୬ ଜଣ ଶିଳ୍ପୀଙ୍କୁ ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ସଞ୍ଜୟ କୁମାର ସିଙ୍ଘଲ୍, ସନ୍ତୋଷ ଦାସ ଓ ଗ୍ରାମବାସୀ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ଆଗାମୀ ଦିନରେ ଯଥା ସମ୍ଭବ ଏ ଶିଳ୍ପୀଙ୍କ ବିକାଶ ଦିଗରେ ସହାୟକ ହେବା ପାଇଁ ବ୍ଲକ ଅଧ୍ୟକ୍ଷା ଓ ସରପଞ୍ଚ ପ୍ରତିନିଧି ଦ୍ୱୟ ପ୍ରତିଶୃତି ଦେଇଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories