www.samajalive.in
Monday, December 15, 2025
14.1 C
Bhubaneswar

ଝଟକା-ଭାରତରେ ଶସ୍ତାହେବ ନାହିଁ ଖାଇବା ତେଲଦର

ନୂଆଦିଲ୍ଲୀ – ଭାରତରେ ଖାଇବା ତେଲ ଦର ହ୍ରାସ ପାଇବା ନେଇ ପୂର୍ବରୁ ଆକଳନ କରାଯାଉଥିଲା । ମାତ୍ର ଇଣ୍ଡୋନେସିଆ ସରକାରଙ୍କ ଏକ ପଦକ୍ଷେପ ଯୋଗୁଁ ଏଥିରେ ଝଟକା ଲାଗିଛି । ନିର୍ବାଚନରେ ମହଙ୍ଗାମାଡା ବା ଅତ୍ୟାବଶକିୟ ଚିଜର ଦରଦାମ ବୃଦ୍ଧି ଏକ ମୁଖ୍ୟ ପ୍ରସଙ୍ଗ । ଏଥିଯୋଗୁଁ ବିଭିନ୍ନ ସମୟରେ ସରକାର ପରିବର୍ତ୍ତନ ହୋଇଯାଇଛନ୍ତି ।

ସୋରିଷ ତେଲ ସହ ଅନ୍ୟ କେତକ ଖାଇବା ତେଲର ଦର ପ୍ରାୟ ୨୦୦ ଟଙ୍କା ପାର କରିଥିଲା । ଗତ କିଛି ଦିନ ପୂର୍ବରୁ ବିଭିନ୍ନ ଖାଇବା ତେଲର ଦର ହ୍ରାସ ପାଉଥିଲା । ଏବେ ଏଥିରେ ରୋକ୍‌ ଲାଗିପାରେ ବୋଲି ଆଶଙ୍କା କରାଯାଉଛି । ଇଣ୍ଡୋନେସିଆରୁ ଭାରତ ପ୍ରାୟ ଏହା ରପ୍ତାନୀ କରୁଥିବା ତେଲର ୨୧ ପ୍ରତିଶତ କ୍ରୟ କରିଥାଏ । ଏବେ ଇଣ୍ଡୋନେସିଆରେ ଦରଦାମ ବୃଦ୍ଧି ପାଉଥିବାରୁ ସେଠାକାର ସରକାର ବାହାର ଦେଶକୁ ତୈଳ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି । ଇଣ୍ଡୋନେସିଆରେ ଅଧିକ ମାତ୍ରାରେ ପାମ୍‌ ଅଏଲ୍‌ ହୋଇଥାଏ । ସେଠାକାର କମ୍ପାନୀମାନେ ଉତ୍ପାଦନ କରୁଥିବା ମୋଟ୍‌ ତେଲ ୨୦ ପ୍ରତିଶତ ଘରୋଇ ବଜାରରେ ବିକ୍ରି କରିବେ ବୋଲି ସରକାର ନିୟମ ପ୍ରଣୟନ କରିଛନ୍ତି । ଚୀନ୍‌ ସେଠାରୁ ୧୪ ପ୍ରତିଶତ ପାମ୍‌ ଅଏଲ୍‌ କିଣୁଥିବା ବେଳେ ଭାରତ ୨୧ ପ୍ରତିଶତ କିଣିଥାଏ । ଏହି ପ୍ରତିବନ୍ଧ ଯୋଗୁଁ ପାମ୍‌ ଅଏଲ୍‌ ଦର ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ପାଇଛି ।

- Advertisement -

ଏହା ସହ ଅଶୋଧିତ ସୋୟା ତେଲର ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ଏକ ଟନ୍‌ ସୋୟା ତେଲ ୨୫ ଡଲାରି ଥିଲା । ଏହା ଏବେ ବୃଦ୍ଧି ପାଇ୧୪୯୦ରେ ପହଞ୍ଚିଛି । ପୂର୍ବରୁ ରାଇସ୍‌ବ୍ରାନ୍‌ ଅଏଲ୍‌ ଏକ ବାରେଲ୍‌ ଦର ୧୦୦ ଡଲାର ଥିଲା ।. ଏବେ ୧୪୫୦ ଟଙ୍କାରେ ପହଞ୍ଚିଛି । ଏବେ ତେଲ ଦର ଆକାଶ ଛୁଆଁ ହୋଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories