www.samajalive.in
Thursday, December 11, 2025
14.1 C
Bhubaneswar

ବଦଳିଲାନି ଏଲପିଜି, ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ବୃଦ୍ଧି ପାଇଲା ବିମାନ ଟରବାଇନ ଇନ୍ଧନ (ଏଟିଏଫ) ମୂଲ୍ୟ। ବିଗତ ଦୁଇ ମାସ ମଧ୍ୟରେ ଏଟିଏଫ ମୂଲ୍ୟରେ ଏହା ହେଉଛି କ୍ରମାଗତ ଭାବେ ପଞ୍ଚମ ବୃଦ୍ଧି। ଚଳିତଥର ଏଟିଏଫ ମୂଲ୍ୟରେ ୩% ବୃଦ୍ଧି ଘଟିଛି। ତେବେ ଏଥିରେ ବଦଳିନାହିଁ ଏଲପିଜି ଏବଂ ପେଟ୍ରୋଲ, ଡିଜେଲ ଦର।

ଏଟିଏଫ ମୂଲ୍ୟରେ କିଲୋଲିଟର ପିଛା ୧୩୦୪ ଟଙ୍କା ବୃଦ୍ଧି ଘଟି ୪୩,୯୩୨.୫୩ ଟଙ୍କାରେ ପହଞ୍ଚିଛି। ଶେଷଥର ପାଇଁ ଜୁଲାଇ ୧୬ରେ ଏଟିଏଫ ମୂଲ୍ୟରେ ପ୍ରତି କିଲୋଲିଟରରେ ୬୩୫ ଟଙ୍କା ୪୭ ପଇସା ବୃଦ୍ଧି ଘଟିଥିଲା। ଚଳିତ ବର୍ଷ ଜୁନ ପରଠାରୁ ଏଟିଏଫ ମୂଲ୍ୟରେ ଏହା ହେଉଛି ସିଧାସଳଖ ଭାବେ ଚତୁର୍ଥ ବୃଦ୍ଧି। ଏହି ଚାରି ଥରରେ ବିମାନ ଇନ୍ଧନ ମୂଲ୍ୟରେ ମୋଟ ୨୨,୪୮୩ ଟଙ୍କା ୯୧ ପଇସା ବୃଦ୍ଧି ଘଟିଛି। ଏସବୁ ମଧ୍ୟରେ ଦୈନିକ ଭିତ୍ତିରେ ସଂଶୋଧନ କରାଯାଉଥିବା ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ଅପରିବର୍ତ୍ତିତ ରଖାଯାଇଛି। ଏହାଫଳରେ ବିଗତ ଏକ ମାସରୁ ଅଧିକ ସମୟ ହେବ ପେଟ୍ରୋଲ ମୂଲ୍ୟରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ। ରାଜଧାନୀ ଦିଲ୍ଲୀ ରେ ପେଟ୍ରୋଲ ଲିଟର ବର୍ତ୍ତମାନ ୮୦ ଟଙ୍କା ୪୩ ପଇସା ରଖାଯାଇଛି। ଏହିଦର ଜୁନ ୨୯ ଠାରୁ ସ୍ଥିର ରଖାଯାଇଛି। ଏହାଛଡା ଡିଜେଲ ଦର ଏବେ ଲିଟର ପିଛା ୭୩ ଟଙ୍କା ୫୬ ପଇସା ରେ ବିକ୍ରି କରାଯାଉଛି। ଜୁନ ୭ରୁ ୨୯ ମଧ୍ୟରେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୯ ଟଙ୍କା ୧୭ ପଇସା ବଢିଥିବାବେଳେ କେବଳ ଜୁନ ୭ ଠାରୁ ଡିଜେଲ ମୂଲ୍ୟରେ ୧୨ ଟଙ୍କା ୫୫ ପଇସା ବୃଦ୍ଧି ଘଟିଛି। ସେହିଭଳି ଶେଷଥର ପାଇଁ ଜୁଲାଇ ପହିଲାରେ ଅଣ-ରିଆତି ଏଲପିଜି ସିଲିଣ୍ଡର ମୂଲ୍ୟରେ ୧ ଟଙ୍କା ବୃଦ୍ଧି ଘଟି ୫୯୪ ଟଙ୍କାରେ ପହଞ୍ଚିଛି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories