www.samajalive.in
Friday, December 12, 2025
17.1 C
Bhubaneswar

ଲାଗୁ ହେଲା ପିଏଲଆଇ ଯୋଜନା, ୧୧.୫୦ ଲକ୍ଷ କୋଟି ଟପିବ ମୋବାଇଲ ଫୋନ ଉତ୍ପାଦନ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ)। ଏହି ଯୋଜନା ପାଇଁ ଆବେଦନର ସମୟ ଜୁଲାଇ ୩୧ ରହିଥିବା ବେଳେ ଅଗଷ୍ଟ ୧ରୁ ଏହାକୁ ଲାଗୁ କରାଯାଇଛି। ମୋଟ ୨୨ଟି କମ୍ପାନୀ ପିଏଲଆଇ ଯୋଜନା ଅଧୀନରେ ସେମାନଙ୍କ ଆବେଦନପତ୍ର ଦାଖଲ କରିଛନ୍ତି। ଏହି ଅନ୍ତର୍ଜାତୀୟ ସ୍ତରର ମୋବାଇଲ ଫୋନ ଉତ୍ପାଦନକାରୀ ହେଉଛନ୍ତି ସାମସଙ୍ଗ, ଫକ୍ସକନ ହନ ହାଇ, ରାଇଜିଂ ଷ୍ଟାର, ୱିଷ୍ଟର୍ନ ଏବଂ ପେଗାଟର୍ଣ୍ଣ। ତେବେ ସେହି କମ୍ପାନୀ ପିଏଲଆଇ ଯୋଜନାରେ ସେମାନଙ୍କ ଆବେଦନପତ୍ର ଦାଖଲ କରିବାକୁ ଯୋଗ୍ୟ ହୋଇଛନ୍ତି ଯେଉଁମାନଙ୍କର ଇନଭଏସ ମୂଲ୍ୟ ୧୫,୦୦୦ ଟଙ୍କାରୁ ଅଧିକ ହୋଇଥିବା ଆବଶ୍ୟକ। ଏଥିରୁ ୩ଟି କମ୍ପାନୀ ଫକ୍ସକନ ହନ ହାଇ, ୱିଷ୍ଟର୍ନ ଏବଂ ପେଗାଟର୍ଣ୍ଣ ଆପଲ ଆଇ ଫୋନ ନିର୍ମାଣ ପାଇଁ ଚୁକ୍ତି କରିଛନ୍ତି।

ଆଗାମୀ ୫ବର୍ଷରେ ଏହି ଯୋଜନା ଯୋଗୁଁ ଦେଶରେ ମୋବାଇଲ ଉତ୍ପାଦନ ୧୧.୫୦ ଲକ୍ଷ କୋଟି ଟଙ୍କାକୁ ଟପିବା ଆଶା କରାଯାଉଛି। ମୋବାଇଲ ଫୋନ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ ୧୫ ହଜାର ବା ତଦୁର୍ଦ୍ଧ ଇନଭଏସ ଥିବା କ୍ଷେତ୍ରରେ ଉତ୍ପାଦନ ୯ ଲକ୍ଷ କୋଟି ଟଙ୍କା ହେବାର ଲକ୍ଷ୍ୟ ଥିବାବେଳେ ଘରୋଇ କମ୍ପାନୀ ଉତ୍ପାଦନ କ୍ଷେତ୍ରରେ ଏହା ୨ ଲକ୍ଷ କୋଟି ଓ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ କ୍ଷେତ୍ରରେ ୪୫ ହଜାର କୋଟି ଟଙ୍କାରେ ପହଞ୍ଚିବା ଆକଳନ କରାଯାଇଛି।

- Advertisement -

ଆପଲର ଶତକଡା ୩୭ ଓ ସାମସଙ୍ଗର ଶତକଡା ୨୨ ଏହିପରି ବିଶ୍ଵର ମୋବାଇଲ ଫୋନ ବିକ୍ରି ରାଜସ୍ୱରୁ ଶତଡକା ୬୦ ଭାଗ ଏହି ଦୁଇ କମ୍ପାନୀ ପାଉଥିବା ବେଳେ ପିଏଲଆଇ ପରି ପ୍ରୋତ୍ସାହନମୂଳକ ଯୋଜନା ଯୋଗୁଁ ଦେଶରେ ସେମାନଙ୍କ ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇବ। ଏସବୁ ପଦକ୍ଷେପ ପରେ ଦେଶରେ ମୋବାଇଲ ଓ ଇଲେକଟ୍ରୋନିକ୍ସ ଯନ୍ତ୍ରାଂଶ ନିର୍ମାଣକାରୀ ସଂସ୍ଥାଗୁଡିକୁ ବିରାଟ ସଫଳତା ହାସଲ ହେବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଦୂରସଞ୍ଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି। ଉଭୟ ଦେଶ ବାହାରୁ ଓ ଭିତରୁ ଅନେକ ନିର୍ମାଣକାରୀ ସଂସ୍ଥା ଏଥିପାଇଁ ଆବେଦନ କରିଛନ୍ତି। ଶିଳ୍ପ ଜଗତ ଭାରତକୁ ଏକ ବିଶ୍ଵସ୍ତରୀୟ ଉତ୍ପାଦନକାରୀ ଭାବେ ବିବେଚନା କରୁଛି ଓ ଏହା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଗଠନ ନେଇ କରାଯାଇଥିବା ଲକ୍ଷ୍ୟକୁ ସାକାର କରୁଛି। ଶ୍ରୀ ପ୍ରସାଦ ଆହୁରି କହିଛନ୍ତି ଯେ, ଗୁଣାତ୍ମକ ମାନକୁ ବିଶ୍ଵସ୍ତରୀୟ କରି ଆମେ ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରିବୁ। ବୃହତ ସ୍ତରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ପିଏଲଆଇ ଗତ ଏପ୍ରିଲ ପହିଲା ଦିନ ବିଜ୍ଞପିତ ହୋଇଥିଲା।

ଭାରତୀୟ ମୋବାଇଲ କମ୍ପାନୀଗୁଡ଼ିକ ମଧ୍ୟରୁ ଲାଭା, ଡିକ୍ସନ ଟେକ୍ନୋଲୋଜି, ସୋଯୋ ମାନୁଫାକଚରିଂରି ସର୍ଭିସ, ଭଗବତୀ (ମାଇକ୍ରୋମାକ୍ସ), ପଡଗେଟ ଇଲେକ୍ଟ୍ରୋନିକ୍ସ ଏବଂ ଅପ୍ଟିମେସ ଇଲେକ୍ଟ୍ରୋନିକ୍ସ ଏହି ଯୋଜନା ଅଧୀନରେ ମଧ୍ୟ ଆବେଦନ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ସେମାନଙ୍କ ନିର୍ମାଣ କାର୍ୟ୍ୟର ବହୁଳ ସମ୍ପ୍ରସାରଣ କରି ଦେଶରେ ମୋବାଇଲ ଫୋନ ନିର୍ମାଣରେ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ। ନିର୍ଦ୍ଦିଷ୍ଟ କେତେକ ଇଲେକ୍ଟ୍ରୋନିକ୍ସ ଉପକରଣ କ୍ଷେତ୍ରରେ ୧୦ ଜଣ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଏଟି ଏଣ୍ଡ ଏସ, ଆସେଣ୍ଟ ସର୍କିଟ, ଭିଜିକନ, ୱାଲସିନ, ସହସ୍ର, ଭିଟେସ୍କୋ ଏବଂ ନିଓଲିଙ୍କ ପ୍ରମୁଖ ଅଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ଏହି ଯୋଜନା ଯୋଗୁଁ ମୋଟ ଉତ୍ପାଦନ ୧୧.୫୦ ଲକ୍ଷ କୋଟି ଟଙ୍କାକୁ ଟପି ଯିବାର ଆଶା କରାଯାଉଛି।

ମୋବାଇଲ ଫୋନ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ ୧୫ ହଜାର ବା ତଦୁର୍ଦ୍ଧ ଇନଭଏସ ଥିବା କ୍ଷେତ୍ରରେ ଉତ୍ପାଦନ ୯ ଲକ୍ଷ କୋଟି ଟଙ୍କା ହେବାର ଲକ୍ଷ୍ୟ ଥିବା ବେଳେ ଘରୋଇ କମ୍ପାନୀ ଉତ୍ପାଦନ କ୍ଷେତ୍ରରେ ଏହା ୨ ଲକ୍ଷ କୋଟି ଓ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ କ୍ଷେତ୍ରରେ ୪୫ ହଜାର କୋଟି ଟଙ୍କାରେ ପହଞ୍ଚିବାର ଆକଳନ କରାଯାଇଛି। ଏହି ଯୋଜନା ଯୋଗୁଁ ରପ୍ତାନିରେ ଉଲ୍ଲେଖନୀୟ ଅଗ୍ରଗତି ହେବାର ଆଶା କରାଯାଉଛି। ଆଗାମୀ ୫ ବର୍ଷ ମଧ୍ୟରେ ମୋଟ ଉତ୍ପାଦନ ୧୧.୫୦ ଲକ୍ଷ କୋଟି ଥିବା ବେଳେ ସେଥିରୁ ରପ୍ତାନି ବାବଦରୁ ୭ ଲକ୍ଷ କୋଟି ଟଙ୍କା ଆସିବା ଆକଳନ କରାଯାଉଛି। ଏହାଛଡା ଏହି ଯୋଜନାରେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ୧୧ ହଜାର କୋଟି ଟଙ୍କାର ଅତିରିକ୍ତ ନିବେଶ କରାଯିବ। ପିଏଲଆଇ ଯୋଜନା ଯୋଗୁଁ ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୩ ଲକ୍ଷ ପ୍ରତ୍ୟକ୍ଷ କର୍ମନିଯୁକ୍ତି ସୃଷ୍ଟି ହେଉଥିବା ବେଳେ ଏହାର ୩ଗୁଣରୁ ଅଧିକ ପରୋକ୍ଷ ନିଯୁକ୍ତ ସୃଷ୍ଟି ହେବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories