www.samajalive.in
Tuesday, December 9, 2025
26.1 C
Bhubaneswar

ପୋଖରୀରେ ବୁଡି ଯୁବକ ମୃତ

ଭଞ୍ଜନଗର:ନିକଟସ୍ଥ ତୁଳସୀପଲ୍ଲି ଗ୍ରାମର ପ୍ରଦୀପ କୁମାର ପଣ୍ଡା(୩୦) ଓରଫ ଗୁଂଜି ପୋଖରୀରେ ବୁଡି ପ୍ରାଣ ହରାଇଛି। ଶନିବାର ରାତି ପ୍ରାୟ ୮ଟା ସମୟରେ ମୃତ ପ୍ରଦୀପ ଗ୍ରାମର ମୁଖ୍ୟ ରାସ୍ତା କଡେ ଥିବା ପୋଖରୀକୁ ଗଧୋଇବାକୁ ଯାଇଥିଲା। ସେ ଗାଧୋଇବା ପାଇଁ ପୋଖରୀ ଜଳ ଭିତରକୁ ପ୍ରବେଶ କରିବା କ୍ଷଣି କୌଣସି ମତେ ଗଭୀର ଜଳ ଭିତରକୁ ଗୋଡ ଖସି ଯାଇଥିଲା। ସେ ପୋଖରୀ ଜଳ ଭିତରୁ ଆଉ ବାହାରକୁ ଆସି ପାରି ନ ଥିଲା। ପାଣି ଭିତରେ ବୁଡି ଯାଇ ତାର ମୃତ୍ୟୁ ଘଟିଥିଲା। ଏହି ଅଭାବନୀୟ ଘଟଣା ଗ୍ରାମରେ ପ୍ରଚାରିତ ହେବା ମାତ୍ରେ  କିଛି ଗ୍ରାମାବସୀ ସାହାସର ସହିତ ପୋଖରୀ ଜଳ ଭିତରେ ପଶି ପ୍ରଦୀପକୁ ଖୋଜାଖୋଜି କରିଥିଲେ। ପରେ ସଙ୍କଟାପନ୍ନ ଅବସ୍ଥାରେ ତାକୁ ପୋଖରୀ ଭିତରୁ ଉଦ୍ଧାର କରି ଭଂଜନଗର ସରକାରୀ ହାସପିଟାଲ ଆଣିଥିଲେ। ଡାକ୍ତର ଏଠାରେ ମୃତ ଘୋଷଣା କରିଥିଲେ। ମେଡିକାଲରେ ବହୁ ସଂଖ୍ୟାରେ ଗ୍ରମାବାସୀଙ୍କ ରୁଣ୍ଡ ହୋଇଥିଲା। ପ୍ରଦୀପର ମୃତ୍ୟୁ ଘଟଣା ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories