www.samajalive.in
Saturday, December 6, 2025
14.1 C
Bhubaneswar

ଢେଙ୍କାନାଳ ସଦାଶିବପୁରଠାରେ ନିର୍ମାଣ ହେବ ତୈଳ ଡିପୋ

ଭୁବନେଶ୍ବର : ପୂର୍ବ ଭାରତର ଭିତ୍ତିଭୂମି ବିକାଶ ଲକ୍ଷ୍ୟ ‘ପୂର୍ବୋଦୟ’ ଅନ୍ତର୍ଗତ ଢ଼େଙ୍କାନାଳର ସଦାଶିବପୁରଠାରେ ଏକ ତୈଳ ଡିପୋ ସ୍ଥାପନ କରାଯିବ। ଆସନ୍ତା ୨୮ରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଭାରତୀୟ ତୈଳ ନିଗମର ରାଜ୍ୟ ମୁଖ୍ୟ ଶୁଭଜିତ୍‌ ଘୋଷ ସୂଚନା ଦେଇଛନ୍ତି। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଘୋଷ କହିଛନ୍ତି, ସଦାଶିବପୁର ତୈଳ ଡିପୋ ପ୍ରତିଷ୍ଠା ହେଲେ ଏହାର ସୁଫଳ ୪ ଜିଲା ଢ଼େଙ୍କାନାଳ, କେନ୍ଦୁଝର, ଦେବଗଡ଼ ଓ ଅନୁଗୋଳ ପାଇବେ। ପାରାଦ୍ବୀପଠାରୁ ରାଞ୍ଚିକୁ ସଂଯୋଗ କରୁଥିବା ପାଇପ୍‌ ଲାଇନ୍‌ ଯୋ‌େ‌ଗ ଏହି ଡିପୋକୁ ତୈଳ ଯୋଗାଇ ଦିଆଯିବ। ସିୟୁଏଫ୍ ମାଧ୍ୟମରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ବାବଦରେ ୩୯୫ କୋଟି ଟଙ୍କା ବିନିଯୋଗ ହେବ ବୋଲି ସେ କହିଛନ୍ତି। ଭାରତ ପେଟ୍ରୋଲିୟମ ନିଗମଏହି ପ୍ରକଳ୍ପର ଦାୟିତ୍ବ ନେଇଛି। ଏହି ପ୍ରକଳ୍ପ ବାବଦରେ ଯାହା କିଛି ବ୍ୟୟ ହେବ ଏହାକୁ ତିନି ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଜର ଅଂଶଧନ ବାବଦରେ ପ୍ରଦାନ କରିବେ। ତୈଳ ଡିପୋ ଲାଗି ୪୯.୬୭୧ ଏକର ଜମି ଅଧିଗ୍ରହଣ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories