www.samajalive.in
Saturday, December 6, 2025
14.1 C
Bhubaneswar

ଜାତୀୟ ଶିକ୍ଷା ନୀତି ପରିଚାଳନା ଶିକ୍ଷାକୁ ଆଗକୁ ନେବ : ଧର୍ମେନ୍ଦ୍ର

ଭୁବନେଶ୍ବର : ପରିଚାଳନା ଶିକ୍ଷାର ପୁନଃ­ବିନ୍ୟାସ ଦ୍ବାରା ସହଜ ଜୀବନ ଜୀବିକା, ପ୍ରଶାସନର ସହଜତା ଏବଂ ବ୍ୟବସାୟିକ ସହଜତାକୁ ପୂରଣ କରାଯାଇ ପାରିବ। ନୂଆ ଶିକ୍ଷା ନୀତି କାର୍ଯ୍ୟକାରୀ କରି ଶିକ୍ଷା ମାନ୍ୟତାକୁ ଆଗକୁ ବଢ଼ାଇବ। ଏହି ସମ୍ମିଳନୀ ସଠିକ୍‌ ସମୟରେ କରାଯାଇଛି। ଏହଦ୍ବାରା ଦେଶର ବୈଷୟିକ ଛାତ୍ରଛାତ୍ରୀ ଓ ପରିଚାଳନା ଶିକ୍ଷାନୁଷ୍ଠାନ ଉପକୃତ ହେବେ ବୋଲି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତୀୟ ପରିଚାଳନା ବିଦ୍ୟାଳୟ ସଂଘ ଓ ସମ୍ବଲପୁର ଆଇଆଇଏମ ମିଳିତ ଅନୁକୂଲ୍ୟରେ ୩୨ତମ ବାର୍ଷିକ ପରିଚାଳନା ଶିକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମକୁ ଅଭାସି ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଏଆଇସିଟିଇ ଦିଲ୍ଲୀର ଅଧ୍ୟକ୍ଷ ପ୍ରଫେସର ଡ. ଅନିଲ ଡି ସହସ୍ରବୁଧେ, କାବିଲର ସିଇସ ଡ. ରଞ୍ଜିତ ରଥ, ଏମସର ସଭାପତି ଡିନ୍ ଡ. ସୁଜାତା ମଙ୍ଗରାଜ, ଏମସ୍‌ ପ୍ରତିଷ୍ଠାତା ସଭାପତି ପ୍ରଫେସର ଜୋ ଫିଲିପ ଓ ଆଇଆଇଏମ ସମ୍ବଲପୁର ନିର୍ଦେଶକ ପ୍ରଫେସର ମହାଦେଓ ଜୟସ୍ବାଲ ଅଂଶ ଗ୍ରହଣ କରିଥିଲେ। ଦେଶର ବିଭିନ୍ନ ଇ-ବିଦ୍ୟାଳୟର ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଭାଗ ନେଇଥିଲେ। ଜାତୀୟ ଅନ୍ତର୍ଜାତୀୟସ୍ତରର ବିିଶିଷ୍ଟ ବ୍ୟକ୍ତି ସମ୍ମିଳନୀରେ ପ୍ରତିନିଧିତ୍ବ କରିବା ସହ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories