www.samajalive.in
Saturday, December 6, 2025
15.1 C
Bhubaneswar

ସିଂହର ନାମ ଆକବର ଓ ସୀତା ମାମଲା: ଆଇଏଫଏସ ଅଫିସର ନିଲମ୍ବିତ

ତ୍ରିପୁରା: ସିଲିଗୁରୀ ପ୍ରାଣୀ ଉଦ୍ୟାନରେ ସିଂହର ନାମ ଆକବର ଓ ସିଂହୀର ନାମ ସୀତା ରଖିବା ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାମଲାରେ ତ୍ରିପୁରା ସରକାର ଜଙ୍ଗଲ ଅଧିକାରୀ ପ୍ରବୀଣ ଲାଲ ଅଗ୍ରୱାଲଙ୍କୁ ନିଲମ୍ବିତ କରିଛନ୍ତି। ସରକାରୀ ଆଦେଶରେ କୁହାଯାଇଛି ଯେ ଅନାବଶ୍ୟକ ଭାବରେ ସିଂହର ନାମ ଆକବର ଏବଂ ସିଂହୀର ନାମ ସୀତା ରଖି ବିବାଦ ସୃଷ୍ଟି କରିଛନ୍ତି। ନିଲମ୍ବିତ ଅଧିକାରୀ ପ୍ରବୀଣ ଲାଲଙ୍କୁ ଅଗରତଲାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପୂର୍ବରୁ ସଫାରି ପାର୍କର ନିର୍ଦ୍ଦେଶକ କମଲ ସାର୍କଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। କଲିକତା ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ତ୍ରିପୁରା ସରକାର ଏହି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ନିକଟରେ ଏହି ମାମଲାର ଶୁଣାଣି ହେବା ବେଳେ ସରକାରଙ୍କୁ କଡା ନିନ୍ଦା କରିଥିଲେ ପଶ୍ଚିବଙ୍ଗ ହାଇକୋର୍ଟ। ରାଜ୍ୟରେ ଏତେ ବିବାଦ ଚାଲିଥିବା ବେଳେ ସରକାର ଆଉ କେତେ ବିବାଦରେ ଛନ୍ଦି ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ। କୌଣସି ବନ୍ୟପ୍ରାଣୀ ସମ୍ରାଟ ଅଶୋକ, ସମ୍ରାଟ ଆକବର କିମ୍ବା ସ୍ୱାମୀ ବିବେକାନନ୍ଦଙ୍କ ନାମରେ ହୋଇପାରିବେ କି ବୋଲି ପ୍ରଶ୍ନ କରିଥିଲେ। ସେହିପରି ଦେବାଦେବୀଙ୍କ ନାମକୁ ସିଂହୀର ନାମ ରଖିବାର ଆବଶ୍ୟକତା କଣ ବୋଲି ପ୍ରଶ୍ନ କରିଥିଲେ କୋର୍ଟ। ସିଂହକୁ ଆକବର ଏବଂ ସିଂହୀକୁ ସୀତା ନାମରେ ନାମିତ କରି ହିନ୍ଦୁ ଧର୍ମର ଅପମାନ କରିଥିବା ଅଭିଯୋଗ କରି ପିଟିସନ ଦାଖଲ କରିଛି ବିଶ୍ୱ ହିନ୍ଦୁ ପରିଷଦ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories