www.samajalive.in
Saturday, December 6, 2025
14.1 C
Bhubaneswar

ଯୌତୁକ ପାଇଁ ଗର୍ଭବତୀ ନବବଧୂକୁ ହତ୍ୟା ଅଭିଯୋଗ

ବିଞ୍ଝାରପୁର : ଯୌତୁକ ପାଇଁ ଜଣେ ୭ ମାସର ଗର୍ଭବତୀ ମହିଳାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବିଞ୍ଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ଇଚ୍ଛାପୁର ଗ୍ରାମର ପଞ୍ଚାନନ ପରିଡାଙ୍କ ଝିଅ ସୋନାଲି ପରିଡା (୨୪)ଙ୍କୁ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅର୍ଗଳ ଗ୍ରାମର ବେଣୁଧର ସାହୁଙ୍କ ପୁଅ ମନୋଜ ସାହୁଙ୍କ ସହିତ ବୈଦିକ ରିତୀରେ ବିବାହ ହୋଇଥିଲା। ସୋନାଲିଙ୍କ ପିଉସା କଣଟିପୁର ଗ୍ରାମର କଳ୍ପତରୁ ସାମଲ ଗତ ଗତବର୍ଷ ଜୁନ ୧୧ତାରିଖ ଦିନ ବିବାହ କରାଇଥିଲେ। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ସମସ୍ତ ଯୌତୁକ ପ୍ରଦାନ କରାଯାଇଥିଲା। ମାତ୍ର ବିବାହ ପରେ ଅଧିକ ଦେଢ ଲକ୍ଷ ଟଙ୍କା ଓ ଏକ ବାଇକ ପାଇଁ ଶାଶୁ ଘର ଲୋକେ ଦାବି କରି ସୋନାଲିଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏପରିକି ଯଦି ଦାବି ଅନୁଯାୟୀ ଅଧିକ ଟଙ୍କା ଓ ଗାଡି ନଆଣୁ ତେବେ ସୋନାଲିକୁ ଜୀବନରୁ ମାରିଦେବାକୁ ମଧ୍ୟ ଶାଶୁଘର ଲୋକେ ପୂର୍ବରୁ ଧମକ ଦେଇ ଆସିଥିଲେ।
୨୪ ତାରିଖ ପୂର୍ବାହ୍ନରେ ସୋନାଲିର ଶାଶୁଘର ଲୋକେ କଳ୍ପତରୁ ସାମଲଙ୍କୁ ଫୋନ କରି ଜଣାଇଥିଲେ ଯେ ତୁମ ଝିଅ ମରିଯାଇଛି ବୋଲି। ଏହି ଖବର ପାଇ ପରିବାର ଲୋକେ ଅର୍ଗଳରେ ପହଁଚି ଝିଅର ମୃତଦେହ ଦେଖିବାକୁ ପାଇଥିଲେ। ତେବେ ଏହ। ଏକ ହତ୍ୟାକାଣ୍ଡ ବୋଲି କଳ୍ପତରୁ ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଳି ପୁଲିସ କଳ୍ପତରୁଙ୍କ ଅଭିଯୋଗକୁ ଭିର୍ତ୍ତି କରି ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରିଥିବା ଜଣାପଡିଛି। ମୃତ୍ୟୁ ବେଳକୁ ମୋନାଲି ୭ ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଏହି ଘଟଣାକୁ ନେଇ ମୃତା ମୋନାଲିର ବାପଘର ଲୋକ ଅଭିଯୁକ୍ତଙ୍କ ଗିରଫ ଦାବି କରିବା ସହିତ ତାଙ୍କ ମୃତ ଝିଅକୁ ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଏହି ଘଟଣାରେ ଆଳି ପୁଲିସ ମୋନାଲିଙ୍କ ଶାଶୁଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories