www.samajalive.in
Saturday, December 6, 2025
23.1 C
Bhubaneswar

ଆହାରରେ ପୋକ, ନଖାଇ ଫେରିଲେ ଲୋକେ

ଆଠଗଡ଼: ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରରେ ଖାଦ୍ୟରେ ପୋକ ଦେଖିବାକୁ ମିଳିଛି। ଫଳରେ ଲୋକେ ଖାଦ୍ୟ ଫିଙ୍ଗି ଦେଇ ପଳାଇଥିବା ଜଣାପଡ଼ିଛି। ସୋମବାର ଦ୍ୱିପ୍ରହର ସମୟରେ ଖାଇବା ପାଇଁ ଲୋକମାନଙ୍କର ଗହଳି ଲାଗିଥିଲା। ଡାକ୍ତରଖାନାରେ ରହିଥିବା ରୋଗୀ ସହାୟକଙ୍କ ସହିତ ରୋଗୀଙ୍କୁ ଦେଖିବାକୁ ଆସିଥିବା ସମ୍ପର୍କୀୟ ଏବଂ କିଛି ସ୍ଥାନୀୟ ଗରିବ ଶ୍ରେଣୀର ଲୋକମାନେ ଖାଇବା ପାଇଁ ଧାଡି ଲଗାଇ ଛିଡା ହୋଇଥିଲେ। କିଛି ଲୋକ ମଧ୍ୟ ଭିତରେ ଖାଉଥିବା ଦେଖା ଯାଇଥିଲା। ଏମିତି ସମୟରେ କିଛି ରୋଗୀଙ୍କ ସମ୍ପର୍କୀୟମାନେ ନେଇଥିବା ଡାଲମାରେ ପୋକ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖାଦ୍ୟ ପାଇଁ ଉଦ୍ଦିଷ୍ଟ ଡାଲମାରେ ପୋକ ପଡ଼ିଥିବା ଦେଖି ଖାଉଥିବା ଲୋକମାନେ ଖାଦ୍ୟସବୁ ଫୋପାଡି ଦେଇଥିବା ଜଣାପଡିଛି । ଏଥିସହିତ ଯେଉଁମାନେ ଖାଦ୍ୟ ନେଇଥିଲେ ସେମାନେ ମଧ୍ୟ ତାହା ଫେରାଇ ଦେଇଥିଲେ। ଫଳରେ ଲୋକେ ଉପାସରେ ଫେରିବା ପାଇଁ ବାଧ୍ୟ ହୋଇଥିଲେ। ଯେଉଁଥିପାଇଁ ଡାକ୍ତରଖାନା ପରିସରସ୍ଥିତ ଆହାର କେନ୍ଦ୍ରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଆହାର କେନ୍ଦ୍ରର ପରିମଳ ଅବସ୍ଥା ଉପରେ ମଧ୍ୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆହାର କେନ୍ଦ୍ରରେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆ ଯାଉନଥିବାରୁ ସେଠାରେ ଦୁର୍ଗନ୍ଧ ବାହାରୁଥିବା ଏବଂ ବ୍ୟବହାର ହେଉଥିବା ବାସନକୁସନଠାରୁ ଆରମ୍ଭ କରି ଚଟାଣ ଗୁଡ଼ିକର ପରିସ୍କାର ପରିଚ୍ଛନ୍ନତା ମଧ୍ୟ ରହୁ ନ ଥିବା ଅଭିଯୋଗ ହୋଇଛି। ଏ ବିଷୟରେ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡ଼ାକ୍ତର ବିଜୟ କୁମାର ମିଶ୍ରଙ୍କୁ ପଚାରିବାରୁ ଏହା ତାଙ୍କର ଅଧିକାର ପରିସର ଭିତରେ ନ ଥିବା କହିଥିଲେ। ଅନ୍ୟପକ୍ଷରେ ଏ ସମ୍ପର୍କରେ ଆଠଗଡ଼ ଏନଏସିର ନିର୍ବାହୀ ଅଧିକାରୀ ଡ଼ଃ ପ୍ରଦୀପ କୁମାର ସାହା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏ ଖବର ତାଙ୍କ ନଜରକୁ ଆସିବା ପରେ ସଂପୃକ୍ତ ଖାଦ୍ୟ ଯୋଗାଣକାରୀ ସଂସ୍ଥାକୁ ତାଗିଦ୍ କରା ଯାଇଛି। ଆଗାମୀ ଦିନରେ ଏଭଳି ଅନିୟମିତତା ଦେଖାଦେଲେ ସଂପୃକ୍ତ ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି କୁହାଯାଇଥିବା ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories