www.samajalive.in
Sunday, December 7, 2025
26.1 C
Bhubaneswar

ଖସୁଛି ପାରଦ : ଦୁଇଦିନ ଥଣ୍ଡା,୧୧ରେ ଦକ୍ଷିଣରେ ସ୍ବଳ୍ପ ବର୍ଷା

ଭୁବନେଶ୍ବର : ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ଖସୁଛି। ୨୪ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସୋନପୁରରେ ୧୧.୮ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ଅନୁଗୋଳରେ ୧୨.୬ଡ଼ିଗ୍ରୀ ସେଲସିୟସ ରହିଛି। ରାଜ୍ୟର ୪ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ଡ଼ିଗ୍ରୀ ତଳକୁ ଖସିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ୨ଦିନ ଭିତରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ଡ଼ିଗ୍ରୀ କମିବ।

ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ଡ଼ିଗ୍ରୀ ହ୍ରାସ ପାଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ୧୧ରେ ଉପକୂଳ ଓଡ଼ିଶା, କନ୍ଧମାଳ ଓ ରାୟଗଡ଼ାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ୯ ତାରିଖ ସକାଳ ପର୍ଯ୍ୟନ୍ତ ଭୁବନେଶ୍ବର ସମେତ ଉପକୂଳ ଜିଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ଆଉ ୧ଡ଼ିଗ୍ରୀ କମିପାରେ। ପରେ ତାପମାତ୍ରା କ୍ରମଶଃ ବଢ଼ିବ। ଅନୁମାନ କରାଯାଉଛି ୧୨ ତାରିଖ ସୁଦ୍ଧା ରାତିର ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ଡ଼ିଗ୍ରୀ ପର୍ଯ୍ୟନ୍ତ ବଢ଼ିବ।

- Advertisement -

୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ପ୍ରାୟ ୧ଡ଼ିଗ୍ରୀ କମିବା ସହ ୧୦ରୁ ୧୨ପର୍ଯ୍ୟନ୍ତ ପ୍ରାୟ ୪ଡ଼ିଗ୍ରୀ ବଢ଼ିବ। ଆଭ୍ୟନ୍ତରୀଣ ଉତ୍ତରରେ ରାତିର ତାପମାତ୍ରା ୧୦ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ଏହାପରେ ୧୨ତାରିଖ ପର୍ଯ୍ୟନ୍ତ ପ୍ରାୟ ୩ରୁ ୪ଡ଼ିଗ୍ରୀ ବଢ଼ିପାରେ। ୧୨ ପରେ ୧୫ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ପ୍ରାୟ ଅପରିବର୍ତ୍ତିତ ରହିବା ଯୋଗୁଁ ଶୀତ ରହିବ ନାହିଁ। ଉତ୍ତର ଭାରତରୁ ଆସୁଥିବା ପବନ ପୁଣି ଥଣ୍ଡା ଫେରିବା ପାଇଁ ସପ୍ତାହେ ଲାଗିବ। ଭିଏତନାମ ଉପକୂଳରେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ବାତ୍ୟା ଯୋଗୁଁ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ସମେତ ପୂର୍ବ ଉପକୂଳ ରାଜ୍ୟଗୁଡ଼ିକୁ ଏବେ ପୂର୍ବ ଦିଗରୁ ପବନ ବହୁଛି। ଏହାର ପ୍ରଭାବରେ ୧୧ ଓ ୧୨ରେ ସମସ୍ତ ଉପକୂଳ ଓ ସଂଲଗ୍ନ ଜିଲାରେ ପାଗ ମେଘୁଆ ରହିବା ସହ ପୁରୀ, ଖୋର୍ଦ୍ଧା, ଗଞ୍ଜାମରେ ମଧ୍ୟମ ଧରଣର ଓ ଅନ୍ୟାନ୍ୟ ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories