www.samajalive.in
Saturday, December 6, 2025
16.1 C
Bhubaneswar

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ଚାଲିଛି ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ନିୟନ୍ତ୍ରୀତ ବଜାର କମିଟିର ଇନିସପେକ୍ଟର ତଥା ସମବାୟ ସମିତି ସମ୍ପାଦକ ବନମାଳି ନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭିଜିଲାନ୍ସ ଟିମ୍‌ ଏକକାଳୀନ ବନମାଳିଙ୍କ ବାସ ଭବନ ସମେତ ୫ଟି ସ୍ଥାନରେ ଚଢ଼ାଉ କରୁଛି । ଏହି ଚଢ଼ାଉରେ ୫ ଜଣ ଡିଏସପି, ୭ଜଣ ଇନିସପେକ୍ଟର, ୪ ଏଏସ୍‌ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ରହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା କେନ୍ଦୁପଡ଼ାର ତାଳଶଙ୍କର ମୌଜାରେ ଥିବା ଦୁଇଟି ଘର ଅର୍ଥାତ୍‌ ଗୋଟିଏ ଦୁଇ ମହଲା ଓ ଗୋଟିଏ ୩ ମହଲା ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ସେହିପରି ସୁନ୍ଦରଗଡ଼ ସହରରେ ଥିବା କାର୍ଯ୍ୟାଳୟ,  କୁକୁରୀଡିହିରେ ଥିବା ଘର ଓ ଲେଫ୍ରିପଡ଼ାରେ ଥିବା ସମ୍ପର୍କୀୟ ଘରେ ମଧ୍ୟ ତନାଘନା କରୁଛି ଭିଜିଲାନ୍ସ । ତେବେ ଏଯାଏ  ବନମାଳିଙ୍କ ସମ୍ପତ୍ତିକୁ ନେଇ କୌଣସି ସୂଚନା ଦେଇନାହିଁ ଭିଜିଲାନ୍ସ ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories