ନୂଆପଡା ଡବଲ ମର୍ଡର ଘଟଣା ; ସାମାନ୍ୟ ଟୋକେଇ ପାଇଁ,ଶାଶୁ ଓ ବୋହୂଙ୍କୁ ହତ୍ୟା କଲା ପୁତୁରା

ଗୁଡଭେଲା : ତୁଷୁରା ଥାନା ଅନ୍ତର୍ଗତ ନୂଆପଡା ଗାଁରେ ଗୁରୁବାର ଦିନ ଘଟିଥିବା  ଶାଶୁ ଓ ବୋହୁଙ୍କୁ ହତ୍ୟା ମାମଲାରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ  ଗିରଫ କଲା ତୁଷୁରା ପୁଲିସ  । ସାମ।ନ୍ୟ ଭୁଗା(ଟୋକେଇ) ପାଇଁ,କାକି ଅମ୍ବିକା ଓ ଆଈ ପ୍ରମଷିଳାଙ୍କୁ  ପୁତୁରା ଜଗନ୍ନାଥ ମେହେର ହତ୍ୟା କରିଥିବା ବଲାଙ୍ଗିର ସଦର ଏସଡିପିଓ ତୋଫାନ ବାଗ ସ।ମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।  ଏହାସହ ଜଗନ୍ନାଥକୁ ତୁଷୁରା ପୁଲିସ ଗିରଫ କରିବା ସହ ଶୁକ୍ରବାର ଦିନ ସିନ୍ ରିକ୍ରିଏସନ୍ କରାଯାଇଛି । ଗୁରୁବାର  ସକାଳ ୧୦ ମଧ୍ୟରେ ନୂଆପଡା ଗ୍ରାମର ସୁଧାଂଶୁ ମେହେର ସ୍ତ୍ରୀ ଅମ୍ବିକା ଓ ମାଁ ପ୍ରମଷିଲା ଦୁଇ ଜଣ ଘରେ ଥିବା ବେଳେ ପରିବାର ଅନ୍ୟ ସଦସ୍ୟମାନେ ବିଭିନ୍ନ କାମରେ ବାହାରକୁ ଯାଇଥିଲେ । ଏହି ସମୟରେ ସୁଧାଂଶୁର ପୁତୁରା ଜଗନ୍ନାଥ ମେହେର କାକି ଅମ୍ବିକା ପାଖକୁ ଯାଇ କୌଣସି କାମ ପାଇଁ ଏକ ଭୁଗା(ଟୋକେଇ) ମାଗୁଥିଲା। ଏହାପରେ ଘରର ଉପର ମହଲାକୁ ଯାଇ ଅମ୍ବିକା ଭୁଗା ଆଣିଥିଲେ । ହେଲେ ଅମ୍ବିକା ଏକ ପୁରୁଣା ଭୁଗା (ଟୋକେଇ) ଦେବାରୁ ଯୁକ୍ତିତର୍କ ହୋଇଥିଲା। ଜଗନ୍ନାଥର ମନ୍ଦ ଗୁଣ ସହ ଜମିବାଡ଼ି ଭାଗବଣ୍ଟା ଯୋଗୁଁ ବିଭିନ୍ନ ସମୟରେ ପରିବାର ଲୋକଙ୍କ ତିକ୍ତତା ରହିବାରୁ ସେ ବଲାଙ୍ଗୀରରେ ରହିଥିଲେ । ତୁଷୁରା ଏକ ଇଲୋକ୍ଟ୍ରୋନିସ୍ ଦୋକାନ ଦେଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ । କିଛି ମାସ ହେବ ଜଗନ୍ନାଥ ନୂଆପଡା ଘରରେ ରହିଥିଲେ। ଜଗନ୍ନାଥକୁ ପରିବାର ପକ୍ଷରୁ ଗୁରୁତ୍ୱ ଦିଆଯାଉ ନଥିବାରୁ  ଆହୁରି  ରାଗରେ ଜର୍ଜରିତ ହୋଇ ଏକ ଧାରୁଆ ଛୁରିରେ  କାକି(ଖୁଡି)ର ତଣ୍ଟିକୁ କାଟି ଦେଇଥିଲା । ଏହାପରେ ଆଈ(ପ୍ରମଷିଲା)  ଚିତ୍କାର ଶୁଣିବା ପରେ କାହିଁକି ମାରିଲୁ ବୋଲି ଚିତ୍କାର କରିଥିଲା । ଏହାପରେ ଆଈର ମଧ୍ୟ ତଣ୍ଟି କାଟି ଅମାନୁଷିକ ଭାବରେ ହତ୍ୟା କରିଥିଲା । ହତ୍ୟାପରେ କାକିର ପିନ୍ଧିଥିବା କାନଫୁଲ, ଚେନ୍, ସୁନାର ଚୁଡିକୁ ଚୋରି କରି  ଏକ ମୌଜା (ସକ୍ସ) ରେ ଭରିଦେଇ କାଗଜ ଠୁଙ୍ଗାରେ ଭରି ଦେଇଥିଲା । ଏହାପରେ ତୁଷୁରା ସହରର  ସ୍ଥିତ ନୂଆପଡା ଗାଁର ବାବୁଲାଲ ସାମଲର ଇଲେକ୍ଟ୍ରି ଦୋକାନକୁ ବଲାଙ୍ଗୀରର ମଣ୍ଟୁ ଷଡ଼ଙ୍ଗୀ ଦ୍ବାରା ପଠେଇ ଥିଲା । ହତ୍ୟା କରିଥିବା ଧାରୁଆ ଛୁରିକୁ ଆଣି ନିଜର ଇଲେକ୍ଟ୍ରି ଦୋକାନରେ ରଖିଥିଲା।
ଗତ କାଲି ପୁଲିସ ପ୍ରାର୍ଥମିକ ତଦନ୍ତରେ ହତ୍ୟାକାରୀଙ୍କୁ ସ୍ପଷ୍ଟ ଭାବରେ ଜାଣିପାରି ନଥିଲା । ଘଟଣା ବିଷୟରେ ପଚରା ପାଇଁ କିଛି ପରିବାର ଲୋକଙ୍କୁ ପୁଲିସ ଥାନାକୁ ଆଣିଥିଲା । ଘଟଣା ସମୟରେ ଜଗନ୍ନାଥର ଝିଆରି ଏମାନଙ୍କ ଚିତ୍କାର ଶୁଣିଥିଲା ।  ଝିଆରିର ସହଯୋଗରେ ହତ୍ୟାକାରିକୁ ଧରିବା ପାଇଁ ଏକ ସୁରାଖ ପାଇ ଥିଲା ପୁଲିସ । ଯାହାଫଳରେ ଜଗନ୍ନାଥକୁ ସନ୍ଦେହରେ ଆଣି ଥାନାରେ ଅଟକ ରଖାଯାଇଥିଲା । ଏହାପରେ ସାଇନଟିପିକ୍ ଦଳ ଓ ସନ୍ଧାନୀ କୁକୁର  ଘଟଣା ସ୍ଥାଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ସନ୍ଧାନି କୁକୁର ଘରୁ ବାହାରି ଗାଁର ଚାରି ଛକକୁ ଯାଇ ଫେରି ଆସିବା ସହ ଜଗନ୍ନାଥ ରହୁଥିବା ଘରକୁ ମଧ୍ୟ ଯାଇଥିଲା । ଯାହା ପୁଲିସର ସନ୍ଦେହ ଧିରେ ଧିରେ ଦୁର  ହେବାରେ ଲାଗିଲା । ତାପରେ ରାତିରେ ତୁଷୁରା ପୁଲିସ ଜଗନ୍ନାଥକୁ ଘଟଣା ବିଷୟରେ ପଚରାଯିବାରୁ ସ୍ବିକାର କରିଥିଲା । ଏହାପରେ ଶୁକ୍ରବାର ଦିନ ଜଗନ୍ନାଥକୁ ନେଇ ସିନ ରିକ୍ରିଏସନ୍ ରେ ଧାରୁଆ ଛୁରି, ଅଳଙ୍କାର ଓ ତାର ପିନ୍ଧିଥିବା ପୋଷାକକୁ ପୁଲିସ ଜବତ କରିଥିଲା । ହତ୍ୟାକାରିକୁ ଅଦାଲତ ଚାଲାଣ କରାଯାଇଥିଲା ।ଶାଶୁ ଓ ବୋହୂର ଶବକୁ ବଲାଙ୍ଗୀର ଭିମ ଭୋଇ  ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କର।ଯାଇଥିଲା । ଏହ।ସହ ହତ୍ୟାକାରୀଙ୍କୁ ଫାଶି ଦେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି । ସିନ୍ ରିକ୍ରିଏସନ୍ ସମୟରେ ତୁଷୁରା ଥାନା ଅଧିକାରୀ ସଞ୍ଜିବ ପଧାନ, ଦେଓଗାଁ ଥାନା ଅଧିକାରୀ ବି. ଶଙ୍ଖୁଆଳ ଏସ.ଆଇ ଆଲୋକ ପ୍ରାସାଦ ଭୋଇ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.