www.samajalive.in
Saturday, December 6, 2025
14.1 C
Bhubaneswar

ଶିମିଳିପାଳରେ ନିଆଁ ; ବନ୍ୟଜନ୍ତୁ ଏବେ ଗାଁ ମୁହାଁ  

ଠାକୁରମୁଣ୍ଡା: ଶିମିଳିପାଳ ଅଭୟାରଣ୍ୟ ସହିତ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ଫଳରେ ଗାଁ ମୁହାଁ ଏବେ ବନ୍ୟଜନ୍ତୁ ।  ମୟୂରଭଞ୍ଜ ଜିଲ୍ଲାର ଜୀଵନ ରେଖା କୁହା ଯାଉଥିବା ଶିମିଳିପାଳ ଅଭୟାରଣ୍ୟ ।  ଆଜି ବିପଦରେ ଶିମିଳିପାଳ ଅଭୟାରଣ୍ୟ। ବର୍ତ୍ତମାନ କାଠମାଫିଆ ଏବଂ ବନ୍ୟଜନ୍ତୁ ଶିକାରୀଙ୍କ କବ୍ଜାରେ ଶିମିଳିପାଳ ଥିବାରୁ ବିପଦରେ ଅଭୟାରଣ୍ୟ । ଶିକାରୀ ଏବଂ କାଠ ମାଫିଆ ମାନେ ଅଭୟାରଣ୍ୟ ମଧ୍ୟରେ ନିଆଁ ଲଗାଇ ଅବାଧ ଜନ୍ତୁ ଶିକାର ସହିତ କାଠ କାଟୁଥିବାରୁ ଜଙ୍ଗଲ ନଷ୍ଟ ହେବା ସହିତ ପରିବେଶ ଦୂଷିତ ହେଲାଣି ଯାହା ଫଳରେ ଅଭୟାରଣ୍ୟ ଆଉ ସୁରକ୍ଷିତ ମନେହେଉନି, ବନ୍ୟଜନ୍ତୁ ମାନେ ଜୀବନ ବଞ୍ଚାଇବା ପାଇଁ ଏବେ ଗାଁ ମୁହାଁ ହେଉଛନ୍ତି ।
ପ୍ରକାଶ ଥାଉ କି ଗତ ମାସ ୨୪ ତାରିଖ ଦିନ ଏକ ଭାଲୁ ପୁରୁଣାପାଣି ଗାଁ ରେ ପଶିଥିବା ବେଳେ ଉକ୍ତ ଭାଲୁଟିର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିଲା । ସେହିପରି ଗତକାଲି ମଧ୍ୟ ଗୋଟିଏ ଭାଲୁ ସାତକୋଶିଆ ରେଞ୍ଜର ଗୌଡିହାବାହାଳି ଗାଁ  ନିକଟରେ ଆକ୍ରମଣ କରିବାରୁ  ଦୁଇ ଜଣ ଗୁରୁତର ହୋଇ ଏବେ କଟକ ବଡ଼ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ହେଲେ ଆଜି ପୁଣି ସମାନ ଘଟଣା ସାମ୍ନାକୁ ଆସିଛି। ଆଜି ସକାଳୁ ସକାଳୁ, ଶିମିଳିପାଳ ଅଭୟାରଣ୍ୟର  କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ନିହାଣଗଣ୍ଡି ଗ୍ରାମ ଭିତରକୁ ପଶି ଆସିଥିଲେ କିଛି  ହରିଣ। ସେଥି ମଧ୍ୟରୁ ଗୋଟିଏ ହରିଣକୁ ବୁଲା କୁକୁର ଘେରି ଯିବାରୁ ଗାଁ ଦାଣ୍ଡ ରୁ ଗ୍ରାମବାସୀ ତାକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ । ତେବେ ଗ୍ରାମର କିଛି କୁକୁର ଅନ୍ୟ ହରିଣ ମାନଙ୍କୁ ଦୌଡା ଦୌଡ଼ି  କରିବାରୁ  ନିକଟ ଜଙ୍ଗଲକୁ ପଶି ଯାଇଥିଲେ ।  ଅଞ୍ଚଳବାସୀଙ୍କ କହିବାନୁଯାୟୀ ହରିଣ ଗୋଠରେ ଆହୁରି ତିନି ତିନିଟି  ହରିଣ ଅଛନ୍ତି ତାଙ୍କୁ ମଧ୍ୟ ଉଦ୍ଧାର କରି ଅଭୟାରଣ୍ୟ ମଧ୍ୟରେ ଛାଡି ଦେଲେ ସୁରକ୍ଷିତ ରହି ପାରନ୍ତେ । ଅନ୍ୟପଟେ ଉଧାର ହୋଇଥିବା ହରିଣକୁ ଶିମିଳିପାଳ ଅଭୟାରଣ୍ୟର ରାଣୀଭୋଳ ଅଞ୍ଚଳରେ ଛାଡିଥିବା ବନାଞ୍ଚଳ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ  ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ଏପରି ଘଟଣା ବାରମ୍ବାର ଏ ଅଞ୍ଚଳରୁ ଆସୁଥିବାରୁ ବନବିଭାଗ ସତର୍କତା ଅବଲମ୍ବନ କରିବା ସହିତ ବନ୍ୟଜନ୍ତୁଙ୍କୁ କିପରି ସୁରକ୍ଷା ଦିଆ ଯାଇ ପାରିବ ସେଥି ପାଇଁ ଠୋସ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ହୋଇପଡିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories