www.samajalive.in
Saturday, December 6, 2025
14.1 C
Bhubaneswar

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର, ଘରୁ ମିଳିଲା ପୁଳା ପୁଳା ଟଙ୍କା

ସମାଜ ଡିଜିଟାଲ ଡେସ୍କ: ଜୟପୁରର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଜୟପୁର ଓ ଭୁବନେଶ୍ୱରର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ମିଳିଛି । ତେବେ ଯାଞ୍ଚ ବେଳେ ନଗଦ ୩ଲକ୍ଷ ୫୦ହଜାର ଟଙ୍କା ମିଳିଛି । ଆଜି ସକାଳୁ ସକାଳୁ ଜୟପୁର ପିଆର ପେଟାରେ ଥିବା ପୈତୁକ ଘର, ଗୋଲଡେନ ହାଇଟ ଆର୍ଣ୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟରେ ଚାଲିଛି ଚଢାଉ । ସେହିପରି ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‍ଙ୍କ ଅନୁମତି କ୍ରମେ ଏହି ଚଢାଉ ହୋଇଛି । ଚଢାଉରେ ୬ଜଣ ଡିଏସପି, ୫ଜଣ ଇନିସ୍ପେକ୍ଟର ଓ ୯ଜଣ ଏଏସଆଇ ଏବଂ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories