www.samajalive.in
Sunday, December 7, 2025
14.1 C
Bhubaneswar

ଖୋର୍ଦ୍ଧାରେ ହେବ ଡ୍ରୋନ୍ କାରଖାନା; ୪୯୮୨ କୋଟିର ୨୩ ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କମିଟି ଗୁରୁବାର ୨୩ଟି ଗୁରୁତ୍ବପୂର୍ଣ୍ଣ ଶିଳ୍ପ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏସବୁ ପ୍ରକଳ୍ପରେ ୪୯୮୨ କୋଟି ଟଙ୍କା ବିନିଯୋଗ ହେବା ସହିତ ୧୧,୯୩୩ ଜଣଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ଶିଳ୍ପ ବିଭାଗ ପକ୍ଷରୁ କୁହାଯାଇଛି। ବୟନ, ଇସ୍ପାତ, ଖାଦ୍ୟ ଓ ପାନୀୟ, ପର୍ଯ୍ୟଟନ, ପ୍ରତିରକ୍ଷା ଓ ଏରୋସ୍ପେଶ୍, ସବୁଜ ଶକ୍ତି, ଔଷଧ ଏବଂ ସୂଚନା ପ୍ରଯୁକ୍ତି ଭଳି କ୍ଷେତ୍ର ସହିତ ଏହି ଶିଳ୍ପ ପ୍ରସ୍ତାବ ଜଡିତ।

ସୂଚନା ଅନୁସାରେ ଲୁମିନସ୍ କମ୍ପାନୀ ୯୫୦ କୋଟି ଟଙ୍କା ବ୍ୟୟରେ ଗୋପାଳପୁର ଠାରେ ଏକ ସୋଲାର୍ ସେଲ ଓ ପିଭି ଉତ୍ପାଦନ କାରଖାନା ବସାଇବ। ଏଠାରେ ଏକ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ। କେପିଆର ମିଲ୍‌ ଲି. ଖୋର୍ଦ୍ଧାରେ ୩୫୦ କୋଟି ଟଙ୍କା ବିନିଯୋଗ କରି ବୟନ ଶିଳ୍ପ ସ୍ଥାପନ କରିବା ସହ ୫ ହଜାର ଲୋକଙ୍କୁ ନିଯୁକ୍ତି ଦେବ। ସେହିପରି ବନ ଭି ଟେକ୍ନୋଲୋଜି କମ୍ପାନୀ ଡ୍ରୋନ୍ ଉତ୍ପାଦନ କାରଖାନା ବସାଇବା ପାଇଁ ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କା ନିବେଶ କରିବା ସହ ସେଠାରେ ୭୬୦ ଜଣଙ୍କୁ କର୍ମନିଯୁକ୍ତି ଯୋଗାଇବ। ଏମ୍ପୋସିସ୍ ଟେକ୍ନୋଲୋଜିସ୍ ଖୋର୍ଦ୍ଧାରେ ସଫ୍ଟୱେର କମ୍ପାନୀ ପ୍ରତିଷ୍ଠା ପାଇଁ ୬୫ କୋଟି ଟଙ୍କା ନିବେଶ ସହ ୧୫୫ ଜଣଙ୍କୁ ନିଯୁକ୍ତି ଦେବ। ଜଗନ୍ନାଥ କର୍ପୋରେସନ୍ ପୁରୀରେ ୧୨୦ କୋଟି ଟଙ୍କା

- Advertisement -

ବ୍ୟୟରେ ଏକ ପଞ୍ଚ ତାରକା ହୋଟେଲ ପ୍ରତିଷ୍ଠା କରିବ। ଏଠାରେ ୨୮୫ ଜଣ ନିଯୁକ୍ତି ପାଇବେ। ଲିଣ୍ଡେ ଇଣ୍ଡିଆ ଲି. ସୁନ୍ଦରଗଡ଼ରେ ଶିଳ୍ପ ଗ୍ୟାସ୍ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ୫୧୦ କୋଟି ଟଙ୍କା ନିବେଶ କରି ୧୦୦ ଲୋକଙ୍କୁ ନିଯୁକ୍ତି ଦେବ। ବିଦ୍ୟାଳ ମିନେରାଲ ସୁନ୍ଦରଗଡ଼ରେ ୬୨୦ କୋଟି ଟଙ୍କା ବ୍ୟୟରେ ଇସ୍ପାତ କାରଖାନା ସ୍ଥାପନ କରି ୫୨୫ ଜଣଙ୍କୁ ନିଯୁକ୍ତି ଦେବ। ଜଟିଆ ଷ୍ଟିଲ ଯାଜପୁରରେ ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ୪୫୧ କୋଟି ଟଙ୍କା, ଆମଷ୍ଟେଡ୍‌ ଷ୍ଟିଲ ଖୋର୍ଦ୍ଧାରେ ରେଳବାଇ ବଗି ନିର୍ମାଣ କାରଖାନା ପାଇଁ ୨୫୦ କୋଟି, ହିନ୍ଦୁସ୍ତାନ ଆକ୍ବା ସୁନ୍ଦରଗଡ଼ରେ ପାନୀୟ କାରଖାନା ପାଇଁ ୩୨୦ କୋଟି, ପ୍ରଗତି ମିଲ୍କ ବାଲେଶ୍ବରରେ ଦୁଗ୍ଧ ପ୍ରସ୍ତୁତ ଖାଦ୍ୟ କାରଖାନା ପାଇଁ ୧୧୪ କୋଟି ଟଙ୍କା ନିବେଶ କରିବେ।

Hot this week

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

Related Articles

Popular Categories