www.samajalive.in
Sunday, December 14, 2025
17.1 C
Bhubaneswar

ଓଡ଼ିଶାରେ ଛୁଟି ଆନ୍ଧ୍ରରେ ଖୋଲା ; ପାଠପଢିବାକୁ ଯାଉଛନ୍ତି ଓଡ଼ିଶା ଆଦିବାସୀ ପିଲା

ପାତ୍ରପୁର : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ଓଡ଼ିଶାରେ ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ  ସୀମାନ୍ତ  ଅଂଚଳର ବହୁ ଆଦିବାସୀ  ପିଲା ରାତି ପାହିଲେ ଆନ୍ଧ୍ର ସ୍କୁଲକୁ ଯାଉଛନ୍ତି। ଏହି ଭଳି ଅବସ୍ଥା ପାତ୍ରପୁର ବ୍ଳକର ତୁମ୍ବା ଏବଂ ବୁର।ତ।ଲ ପଂଚାୟତର କେତେକ ଗ୍ରାମରେ ଦେଖିବାକୁ ମିଳିଛି । ଏହି ଦୁଇ ପଞ୍ଚାୟତର ଗୁଡିପଦର,(ଲିଆ ବାଲି)ବାତରା ସାହି ଏବଂ ଲାଇଡ।(ଜୟପୁର) ଗ୍ରାମରୁ ରାତି ପ।ହିଲେ କୋଡ଼ିଏରୁ ଉର୍ଦ୍ଧ୍ଵ ପିଲା କଳିଙ୍ଗ ଦଳା ନଦୀ ପାର ହୋଇ  ପ୍ରାୟ ପାଞ୍ଚ କିଲୋମିଟର ଦୂର ଆନ୍ଧ୍ରର ପୁରୁଣା ଗଡ଼ ସ୍କୁଲକୁ ଯାଉଛନ୍ତି । ଏହି ସବୁ ଗ୍ରାମର ପିଲାଙ୍କ ପ୍ରାଥମିକ ସ୍ତରରେ ପାଠ ପଢା ପାଇଁ ଗୁଡିପଦର ଠାରେ ଝାଟି ମାଟିରେ ନିର୍ମିତ ବିଦ୍ୟାଳୟଟିଏ  ରହିଛି । ତେବେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସହିତ ଆନ୍ଧ୍ରରେ ମିଳୁଥିବା ସୁବିଧା ଦେଖି  ପିଲାଙ୍କୁ ଆନ୍ଧ୍ର ବିଦ୍ୟାଳୟରେ ନାମ ଲେଖାଉଛନ୍ତି । ଏହି ସବୁ ପିଲା ମାନେ ରାତି ପାହିଲେ ଖରାକୁ ଖାତିରି ନକରି ବିଦ୍ୟାଳୟକୁ ଯାଉଥିବା ବେଳେ ବର୍ଷା ଦିନେ  ରାସ୍ତାରେ ପଡ଼ୁଥିବା ମହେନ୍ଦ୍ର ତନୟା ନଦୀ ପାର ହେଉଛନ୍ତି । ପୂର୍ବରୁ ଏହି ତିନିଗୋଟି ଗ୍ରାମ ଦୁର୍ଗମ ପାହାଡ଼ ଉପରେ ରହିଥିଲା। ଫଳରେ ଲୋକଙ୍କ ପାଖରେ ପାଣି ଠାରୁ ଆରମ୍ଭ କରି ବିଭିନ୍ନ  ମୌଳିକ ସୁବିଧା ମିଳୁପାରୁ ନଥିଲା ତେବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା କହିବା ପରେ ଗତ ଦଶରୁ ଚାଳସୀ ବର୍ଷ ମଧ୍ୟରେ ଏହି ତିନି ଗ୍ରାମ ସହିତ ଅନ୍ୟ କେତେକ ଗ୍ରାମର ଲୋକମାନେ ପାହାଡ ତଳ ମହେନ୍ଦ୍ର ତନୟ।ନଦୀ କୂଳରେ ପୂର୍ବ ନାମ ଅନୁଯାୟୀ ନୂତନ ବସତି ସ୍ଥାପନ କରି ରହୁଛନ୍ତି ।
ଆନ୍ଧ୍ର ସରକାର ପ୍ରତିବର୍ଷ ଆଗୁଆ ସ୍କୁଲ ଖୋଲିବା ସହ ବିଳମ୍ବରେ ଛୁଟି ଘୋଷଣା କରୁଛନ୍ତି।  ପିଲାଙ୍କୁ ଅକର୍ଷିତ କରିବା ନିମନ୍ତେ ଜଗନ୍ନାନ ଏବଂ ଆମ୍ମା ବଡି ଯୋଜନାରେ ବିଭିନ୍ନ ସୁବିଧା ଯୋଗାଇ ଦେଉଥିବାରୁ ପିଲାମାନେ ଆନ୍ଧ୍ରକୁ ପାଠ ପଢିବାପାଇଁ ଯାଉ ଛନ୍ତି । ଏହି ବ୍ଳକର ଜୟନ୍ତୀପୁର, ଗୁଡିପଦର, ତୁମ୍ବା, ବୁରାତାଲ, କେଶରୀ ପଡା,ପାତ୍ରପୁର, ବି. ନୂଆଗାଁ, ଖମ୍ବରୀଗାଁ, ଗୁଣ୍ଡୁରା, ବରଙ୍ଗ ପ୍ରଭୁତି ପଂଚାୟତର ବିଭିନ୍ନ ଗ୍ରାମରୁ ରାତି ପହିଲେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ପିଲା ପ୍ରାଥମିକ ସ୍ତରରେ ପାଠ ପଢିବା ପାଇଁ ଆନ୍ଧ୍ରର ବିଭିନ୍ନ ବିଦ୍ୟାଳୟକୁ ଯାଉଛନ୍ତି ।  ଲାଇଡାର ସନ୍ତୋଷ ,ସତ୍ୟ ଶବର, ଚନ୍ଦନ ଶବର, ଚନ୍ଦ୍ର ଶବର, ଜିତୁ ଶବର, ସଂଯୁକ୍ତା ଶବର, ଯମୁନା ଶବର, ମିଥୁନ ଶବର, ସୁକାନ୍ତ ଶବର, ବତରା ସାହିର ଯମୁନା ଭୂୟାଁ, ପାର୍ବତୀ, ଅନୁସୂୟା, ନଗେଶୁ, ନନ୍ଦିନୀ  ପ୍ରମୁଖ ତିରିଶି ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ରୌଦ୍ରତାପ ବେଳେ ଆନ୍ଧ୍ରପ୍ରଦେଶ ପୁରୁଣା ଗଡ଼ ସ୍କୁଲକୁ ପାଠ ପଢିବାକୁ ଯାଉଛନ୍ତି। ଏହି ସବୁ ପିଲା ଦ୍ୱିତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ମଧରେ ପାଠ ପଢୁଛନ୍ତି। ପିଲାଙ୍କୁ ନିୟମିତ ଅଣ୍ଡା ପଲାଉ ସହିତ ସପ୍ତାହରେ ଦିନେ ଦୁଇ ଦିନ ଭାତ ତରକାରୀ ସହିତ ମିଠା ଦିଆଯାଉଛି। ପିଲାଙ୍କୁ ଯୋତା, ଛତା, ଚପଲ, ପୋଷାକ ,ବହି ,ପେନ,ପେନସିଲ, କଟର, ରବର, ସ୍କୁଲ ବସ୍ତାନୀ (ବ୍ୟାଗ)ଦିଆଯାଇଛି। କିଛି ପିଲାଙ୍କୁ ବାର୍ଷିକ ପନ୍ଦର ହଜାର ଟଙ୍କା ବ୍ୟାଙ୍କ ଖାତା ମାଧ୍ୟମରେ ଯୋଗାଇ ଦିଅଯାଉଛି।ଏହି ଗ୍ରାମ ସହିତ ନିକଟ ଡାବୁଥଳି, ଗୁଡିଖଳା, ପ୍ରଭୁତି ଗ୍ରାମର ପିଲାଏ ଆନ୍ଧ୍ର ମଞ୍ଜୁସା, କୁଷ୍ଠ।, ପ୍ରଭୁତି ସ୍କୁଲକୁ ଯାଇ ପାଠ ପଢୁଛନ୍ତି। କେତେକ ପିଲା ଆନ୍ଧ୍ର ହଷ୍ଟେଲରେ ରହୁଛନ୍ତି । ତେବେ ଏହି ଅଞ୍ଚଳର ହାତ ଗଣତି  କିଛି ପିଲା ଓଡ଼ିଶାର  ସ୍କୁଲରେ ନାମ ଲେଖାଇ ଛନ୍ତି। ଅଠର ବର୍ଷ ପିଲା ଅଧାରୁ ପାଠ ଛାଡୁ ଥିବା ନେଇ ଦୁଇ ବର୍ଷ ତଳେ ବ୍ଳକର ବିଭିନ୍ନ ଗ୍ରାମରେ ଶିକ୍ଷା ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଦୁର୍ଗମ ଅଞ୍ଚଳର କେତେ ପିଲା ସ୍କୁଲ ପିଣ୍ଡା ମାଡି ନଥିବା ବେଳେ କେରୋନା ପରେ କେତେକ ପିଲା ଆନ୍ଧ୍ରର ବିଭିନ୍ନ ଚିଙ୍ଗୁଡ଼ି ପୋଖରୀରେ କାମ କରିବାକୁ ପରିବାର ସହିତ ଚାଲି ଯାଇଛନ୍ତି । ସରକାର ପୂର୍ବରୁ ଛଅରୁ ଚଉଦ ବର୍ଷ ପିଲାଙ୍କ ପାଠ ପଢା ବାଧ୍ୟତାମୂଳକ କରିଥିବା ବେଳେ ଏବେ ଛଅରୁ ଅଠର ବର୍ଷ ପିଲା ପାଠ ଛାଡି ରହୁଥିବା ଆକଳନ କରିଛନ୍ତି। ତେବେ ଓଡ଼ିଶା ସୀମାରେ ଗୋଟିଏ ପରେ ଗୋଟିଏ ବିଦ୍ୟାଳୟ ବନ୍ଦ ହେଉଥିବା ଦୁର୍ଗମ ଅଞ୍ଚଳର ବହୁ ପିଲା ନିରକ୍ଷର ଥିବା ବେଳେ କିଛି ପିଲା ହୋଟେଲ ଓ ଗ୍ୟାରେଜରେ କାମ କରୁଛନ୍ତି ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories