www.samajalive.in
Sunday, December 14, 2025
19.1 C
Bhubaneswar

ବାତିଲ୍ ହେଲା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ୍ ବୁକିଂ

ଭୁବନେଶ୍ଵର : ଆଜିଠାରୁ ଡ୍ରାଇଭିଂ ଲାଇସେନ୍ସ  ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ ବୁକିଂ ହେଵ ବୋଲି ଗତକାଲି ପରିବହନ କମିସନର ଘୋଷଣା କରିଥିବା ବେଳେ ଆଜି ଏହାକୁ ପୁଣିଥରେ ବାତିଲ କରିଦିଆଯାଇଛି । ଏନେଇ ରାଜ୍ୟ ପରିବହନ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ତେବେ କେବେ ପୁଣିଥିରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଓ ଲର୍ଣ୍ଣିଂ ଲାଇସେନ୍ସ (ଏଲଏଲ) ସ୍ଲଟ ବୁକିଂ କରାଯିବ, ସେନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସାନି ବିଜ୍ଞପ୍ତି ଜାରି କରାଯିବ ବୋଲି  ଆଜି ଜାରି କରାଯାଇଥିବା ନୂଆ ବିଜ୍ଞପ୍ତିରେ କୁହାଯାଇଛି।


ଏଥିସହିତ ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସର ବୈଧତା ୧୮.୦୩.୨୦୨୦ ରୁ ୩୦.୦୯.୨୦୨୦ ମଧ୍ୟରେ ଶେଷ ହେଉଛି, ସେମାନଙ୍କର ଲର୍ଣ୍ଣିଂ ଲାଇସେନ୍ସର ବୈଧତା ୩୦.୦୯.୨୦୨୦ ପର୍ଯ୍ୟନ୍ତ କାଏମ ରହିବ । ଯଦି କେହି ଆଜି ଟଙ୍କା ଦେଇ ସ୍ଲଟ ବୁକିଂ କରିଥାନ୍ତି ତେବେ ତାହା ପରବର୍ତ୍ତୀ ସ୍ଲଟ ବୁକିଂ ତାରିଖ ବାହାରିବା ପର୍ଯ୍ୟନ୍ତ ବୈଧ ରହିବ । ଏହା ସହ ସ୍ଲଟ ବୁକିଂ ବାତିଲ ସମ୍ପର୍କିତ କୌଣସି ପ୍ରକାରର ସୂଚନା ନେବା ପାଇଁ ଆରଟିଓ ଅଫିସ ନ ଆସିବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

- Advertisement -


ଅନ୍ୟପଟେ କେବେଠୁ ରାଜ୍ୟ ପରିବହନ ବିଭାଗର ସାରଥି ପୋର୍ଟାଲ କାର୍ଯ୍ୟ କରିବ ତାହା ବିଜ୍ଞାପନ ମାଧ୍ୟମରେ ଜଣାଇ ଦିଆଯିବ । ସେହିପରି ଯେଉଁ ମୋଟର ସାଇକେଲର ଫିଟନେସ୍ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଅବଧି ଫେବୃୟାରୀ ୧ରୁ ଜୁନ୍ ୩୦ ଭିତରେ ସରୁଥିବ, ତାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ଭାବେ ବିବେଚନା କରାଯିବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories