www.samajalive.in
Sunday, December 14, 2025
14.1 C
Bhubaneswar

ଏନ୍‌ଆଇଆର୍‌ଏଫ୍‌ ରାଙ୍କିଂ: ଶୀର୍ଷରେ ମାଡ଼୍ରାସ ଆଇଆଇଟି

ଭୁବନେଶ୍ବର: ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି, ଶିକ୍ଷାଦାନ, ଗବେଷଣା ଆଦିକୁ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏନ୍‌ଆଇଆର୍‌ଏଫ୍‌(ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟସ୍‌ନାଲ୍‌ ରାଙ୍କିଂ ଫ୍ରେମ୍‌ୱାର୍କ) ରାଙ୍କିଂ ଆଜି ପ୍ରକାଶ ପାଇଛି। ରାଙ୍କିଂର ଶୀର୍ଷ ସ୍ଥାନରେ ରହିଛି ଆଇଆଇଟି ମାଡ଼୍ରାସ। ଦ୍ବିତୀୟ ରାଙ୍କରେ ବେଙ୍ଗାଲୁରୁସ୍ଥିତ ଆଇଆଇଏସ୍‌ ରହିଥିବାବେଳେ ତୃତୀୟ ରାଙ୍କ ଆଇଆଇଟି ଦିଲ୍ଲୀକୁ ମିଳିଛି। ଏନ୍‌ଆଇଟି ରାଉରକେଲାକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା ପ୍ରଦାନ କରାଯାଇଛି। ଏନ୍‌ଆଇଟି ରାଉରକେଲାକୁ ସର୍ବଭାରତୀୟସ୍ତରରେ ୩୨ତମ ରାଙ୍କ ପ୍ରଦାନ କରାଯାଇଛି। ୩୮ତମ ସ୍ଥାନରେ ସୋଆ ବିଶ୍ବବିଦ୍ୟାଳୟ ରହିଥିବାବେଳେ ୪୪ତମ ସ୍ଥାନରେ କିଟ୍‌, ୫୬ତମ ସ୍ଥାନରେ ଆଇଆଇଟି ଭୁବନେଶ୍ବର ରହିଛି। ତେବେ ଓଡ଼ିଶା ସରକାରଙ୍କ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଥମ ଥର ପାଇଁ ଶ୍ରେଷ୍ଠ ୧୦୦ ରାଙ୍କ ଭିତରେ ରହିଛି। ଏଥର ଉତ୍କଳ ବିଶ୍ବବିଦ୍ୟାଳୟକୁ ୯୬ତମ ରାଙ୍କ ମିଳିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories