www.samajalive.in
Saturday, December 6, 2025
15.1 C
Bhubaneswar

କେରଳ ଏସଆରସିଙ୍କ ସହ କଥା ହେଲେ ଓଡ଼ିଶା ଏସଆରସି

ସମାଜ ଡିଜିଟାଲ ଡେସ୍କ: କେରଳରେ ପଶିଛନ୍ତି ଓଡ଼ିଶାର ଦୁଇ ଡାକ୍ତର । ସେମାନଙ୍କୁ ଉଦ୍ଧାର କରିବାକୁ ଜୋରଦାର ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ଏନେଇ କେରଳର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଓଡ଼ିଆ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଓଡ଼ିଶାର ସ୍ୱତନ୍ତ୍ର ରିଲିଫ କମିଶନର । ନିଖୋଜ ୨ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା ଓ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପରିବାର ସହ ମଧ୍ୟ ଯୋଗାଯୋଗରେ ରହିଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ନିଖୋଜ ପରିବାର ବର୍ଗଙ୍କୁ ପ୍ରତ୍ୟେକ ସମୟରେ ଅପଡେଟ ଦିଆଯାଉଛି । ଦୁଇ ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଆଶା କରୁଛୁ ଶୀଘ୍ର ଉଦ୍ଧାର ହେବେ । ଭାରତ ସରକାର ମଧ୍ୟ ସହାୟତା କରୁଛନ୍ତିି । ବାୟୁସେନା ଓ ଏନଡିଆରଏଫ ସହ ଯୋଗାଯୋଗରେ ରହିଛୁ ବୋଲି ମନ୍ତ୍ରୀ କହିଛନ୍ତିି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories