ଅଲ ଇଣ୍ଡିଆ ସମ୍ବଲପୁର ଫୁଟବଲ କପ ଟୁର୍ଣ୍ଣାମେଣ୍ଟ, ସେମିଫାଇନାଲରେ ଓଡ଼ିଶା

ସମ୍ବଲପୁର: ସମ୍ବଲପୁରରେ ୧୩ତମ ଅଲ ଇଣ୍ଡିଆ ସମ୍ବଲପୁର ଫୁଟବଲ ଟୁର୍ଣ୍ଣାମେଣ୍ଟ ଜାରି ରହିଛି। ଏହି ପ୍ରତିଯୋଗିତାର ତୃତୀୟ ଦିବସ ଗୁରୁବାର ଦିନରେ କୋଲକତାର ଜର୍ଜ ଟେଲିଗ୍ରାଫ ଦଳ ଓ କେରଳର ସେନ୍ଟ ଜର୍ଜ ସ୍ପୋର୍ଟସ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସଂଘର୍ଷପୁର୍ଣ୍ଣ ମ୍ୟାଚରେ ଉଭୟ ଦଳ ଖେଳ ଶେଷ ହେବା ପର୍ଯ୍ୟନ୍ତ କୌଣସି ଗୋଲ କରି ପାରି ନ ଥିଲେ। ଏଣୁ ପେନାଲଟି ସୁଟ ଆଉଟ ଜରିଆରେ ମ୍ୟାଚର ଫଳାଫଳ ନିର୍ଦ୍ଧାରିତ ହୋଇଥିଲା। ପେନାଲଟି ସୁଟ ଆଉଟରେ କୋଲକତା ଦଳ ୪ – ୨ ଗୋଲରେ କେରଳ ଦଳକୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତିର୍ଣ୍ଣ ହୋଇଛି। ମ୍ୟାଚରେ ରେଫରୀ ରୂପେ ନବୀନ କୁମାର ନାଏକ, ସୁବ୍ରତ ପୁରୋହିତ, ଜିତେନ୍ଦ୍ରିୟ ଥନାପତି ଓ ଉତ୍କଳମଣି ବେହେରା ଦାୟିତ୍ୱ ନିର୍ବାହ କରିଥିଲେ। ମ୍ୟାଚରେ ପୁର୍ବତନ ଫୁଟବଲ ଖେଳାଳି ଯୁଗଳ କିଶୋର ସିଂ ଅତିଥି ରୂପେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ବଲପୁରର ସମଲେଶ୍ୱରୀ ସ୍ପୋର୍ଟିଂ ର ସମ୍ପାଦକ ଅତନୁ ଘୋଷ, ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଫୁଟବଲ ପ୍ରତିଯୋଗିତା ଫବୃଆରୀ ୨୪ ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିଛି। ମହିଳା ଫୁଟବଲକୁ ପ୍ରୋତ୍ସାହନ ପାଇଁ ୨ ତାରିଖରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଦଳ ମଧ୍ୟରେ ଏକ ମହିଳା ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଆୟୋଜିତ ହେବ। ୮ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି।
Comments are closed.