ରାଜ୍ୟରେ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଅଜି ରାଜ୍ୟରେ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଜିନୋମ୍ ସିକ୍ୱେନ୍ସିଂ ପରେ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ନୂଆ ଆକ୍ରାନ୍ତଙ୍କ ବାବଦରେ ବିସ୍ତୃତ ସୂଚନା ମିଳି ନାହିଁ । ପୂର୍ବରୁ ରାଜ୍ୟରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ବର୍ତ୍ତମାନ ରାଜ୍ୟରେ ମୋଟ୍‍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଗତ ୨୧ ତାରିଖରେ ଓଡିଶାରୁ ଚିହ୍ନଟ ହୋଇଥିଲେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ।

Comments are closed.