ବାସୁଦେବପୁର : ଆଜି ବାସୁଦେବପୁର ପୈାରପାଳିକା ପକ୍ଷରୁ ମେଡିକାଲ ସାମ୍ନାରେ ଥିବା ପରିବା ମାର୍କେଟକୁ ଭଙ୍ଗା ଯାଇଛି । ପୁର୍ବରୁ ଧାମରା- ଜାମୁଝାଡି ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ଛୋଟଛୋଟ ବ୍ୟବସାୟୀମାନଙ୍କୁ ଉଚ୍ଛେଦ କରାଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରିପାରିନଥିବା ପ୍ରଶାସନ ପୁଣିଥରେ ପରିବା ଦୋକାନୀମାନଙ୍କ ଉପରେ ଦାଉ ସାଧିଛି । ତେବେ ସହରରେ ଟ୍ରାଫିକ ସମସ୍ୟା ଉତ୍କଟ ହେଉଥିବାରୁ ସମାଧାନ ପାଇଁ ଆଜି ପ୍ରଶାସନ ଏମିତି ପଦକ୍ଷେପ ନେଇଛି । ଆଜିର ଉଚ୍ଛେଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରକୁ ନେଇ ପୋଲିସକର୍ମୀମାନେ ଉପସ୍ଥିତ ଥିଲେ ।
Popular Categories



