www.samajalive.in
Monday, December 15, 2025
17.1 C
Bhubaneswar

ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଆହତ

କାମାକ୍ଷାନଗର : କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ନୂଆପାଣି ଗ୍ରାମ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର  ଭୋର ସମୟରେ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଏକ ଦ୍ରୁତଗାମୀ ଆମ୍ବୁଲାନ୍ସ। ଆମ୍ବୁଲାନ୍ସରେ ଥିବା ରୋଗୀ ସମେତ ୪ ଜଣ ଆହାତ ହୋଇଛନ୍ତି। ସମସ୍ତ ଆହତମାନେ ରାଉରକେଲା ଅଞ୍ଚଳର ଏବଂ ସମସ୍ତେ ରୋଗୀଙ୍କ ସମ୍ପର୍କିୟ ହୋଇଥିବା ଜଣାପଡିଛି। ଆମ୍ବୁଲାନ୍ସଟି ରାଉରକେଲାରୁ ଭୁବନେଶ୍ୱର ରୋଗୀ ନେଇ ଯାଉଥିବାବେଳେ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ  ନୂଆପାଣି ଗ୍ରାମ ନିକଟରେ ବେଆଇନ ପାର୍କିଙ୍ଗରେ ଠିଆ ହୋଇଥିବା ଏକ ଟ୍ରକର ପଛରେ ଆମ୍ବୁଲାନ୍ସଟି ପିଟି ହୋଇ ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ଆମ୍ବୁଲାନ୍ସଟି ଚୁରମାର ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହାତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆମ୍ବୁଲାନ୍ସରେ ଡ୍ରାଇଭର ଓ ରୋଗୀ ସମେତ ମୋଟ ୬ ଜଣ ଥିଲେ। ସେଥି ମଧ୍ୟରୁ ଦୁଇଜଣ ମହିଳା ଥିଲେ। ଗତ କାଲି ରାଉରକେଲାର ବେଞ୍ଜାମିନ ଏକା ନାମକ ଯୁବକ ଗୋଟିଏ ସଡକ ଦୁର୍ଘଟଣାରେ ଆହାତ ଥିଲେ। ତାଙ୍କୁ ସର୍ଜରି ଚିକିତ୍ସା ପାଇଁ ରାଉରକେଲାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ତେଣୁ ଏକ ଘରୋଇ ଆମ୍ବୁଲାନ୍ସରେ ତାଙ୍କୁ ରାତି ପ୍ରାୟ ୧୨ ଟାରେ ବାହାରି ଭୁବନେଶ୍ୱର ଅଭିମୁଖେ ଯାଉଥିବା  ସମୟରେ ଦୁଘଟଣା ଘଟିଥିଲା। ଖବରପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories