www.samajalive.in
Saturday, December 6, 2025
14.1 C
Bhubaneswar

ତେନ୍ତୁଳିଖୁଣ୍ଟି ନିକଟରେ ଓଲଟିଲା ଧାନ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଚାଳକ 

କଲମପୁର : କଲମପୁର ମୁଖିଗୁଡା ମୁଖ୍ୟ ରାସ୍ତାର ତେନ୍ତୁଳିଖୁଣ୍ଟି ନିକଟରେ ଘଟିଛି ଏକ ଦୁର୍ଘଟଣା। ଏକ ଧାନ ବୋଝେଇ ଟ୍ରକ୍ ରାସ୍ତା କଡ଼ରେ ଥିବା ଏକ ଜମିରେ ଓଲଟି ପଡ଼ିଛି। କିନ୍ତୁ ସୌଭାଗ୍ୟ ବସତଃ ଟ୍ରକ୍ ଚାଳକ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ କଲମପୁର ବ୍ଲକ୍ ତେନ୍ତୁଳିଖୁଣ୍ଟି ଧାନ ମଣ୍ଡି ମାଧ୍ୟମରେ ଜନୈକ ଚାଷୀଙ୍କ ୬ଶହ ପ୍ୟାକେଟ (୨୪ଟନ୍) ଧାନ ଉଠାଣ କରି  କେସିଙ୍ଗାର ଏକ ଧାନ ମିଲ୍ କୁ OR 19F 7722 ନମ୍ବର ବିଶିଷ୍ଟ ଟ୍ରକ୍ ଯୋଗେ ନିଆ ଯାଉଥିଲା। କିନ୍ତୁ  ତେନ୍ତୁଳିଖୁଣ୍ଟି ମଣ୍ଡିର ଭିତ୍ତିଭୂମି ନିର୍ମାଣ ହେଇଥିବା ଯୋଗୁଁ ଚାଷୀମାନେ ନିଜ ନିଜ ଧାନକୁ ରାସ୍ତା କଡ଼ରେ ରଖିଛନ୍ତି। ଏହାସହ ପାଲ ଘୋଡ଼ାଇ ପଥର ଦେଇଥିବା ଯୋଗୁଁ ଟ୍ରକ୍ ଚାଳକ ପଥରକୁ ଫିଟାଇବାକୁ ପ୍ରୟାସ କରୁଥିଲେ। ଏହି ସମୟରେ ଟ୍ରକର କ୍ଷମତାଠାରୁ ଅଧିକ ଓଜନ ଥିବାରୁ ଟ୍ରକ୍ ରାସ୍ତା କଡ଼କୁ ଟାଣି ନେଲା। ଫଳରେ ଜମି ଭିତରେ ଟ୍ରକ ଓଲଟି ପଡ଼ିଥିଲା। ଚାଳକ ଜଣକ ସୁରକ୍ଷିତ ଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories