www.samajalive.in
Saturday, December 6, 2025
16.1 C
Bhubaneswar

ଅସରାଏ ବର୍ଷାରେ ବେହାଲ ଗୁଣପୁର ସହର, ରାସ୍ତା ଉପରେ ଆଣ୍ଠୁଏ ପାଣି 

ଗୁଣୁପୁର : ଆଜି ଅପରାହ୍ନରେ ଗୁଣପୁର ଅଂଚଳରେ ଭୀଷଣ ମାତ୍ରାରେ ବର୍ଷା ହୋଇଥିଲା । ଦୀର୍ଘ ଏକ ଘଂଟା ନିର୍ଧୁମ ଛେଚିବା ଫଳରେ ସହରର ବିଭିନ୍ନ ସ୍ଥାନରେ ବର୍ଷା ଜଳ ସହ ନାଳ ନର୍ଦମାର ପାଣି ରାସ୍ତା ଉପରେ ପ୍ରବାହିତ ହେଉଥିବାର ଦେଖିବାକୁ ମିଳିଥିଲା । ବିଶେଷ କରି ଗୁଣପୁର ପୌର ପରିଷଦ ଅନ୍ତର୍ଗତ ନୀଳାଦ୍ରୀ ବିହାର ୪ ନମ୍ବର ଲେନ ଅଂଚଳରେ ରାସ୍ତା ଉପରେ ପ୍ରବଳ ମାତ୍ରାରେ ବର୍ଷା ଜଳ ପ୍ରବାହିତ ହେବାର ଦେଖିବାକୁ ମିଳିଥିଲା  । ରାସ୍ତା ଉପରେ ବର୍ଷା ଜଳ ସହ ନର୍ଦମା ପାଣି ପ୍ରବାହିତ ହେଉଥିବାରୁ ଗାଡି ଚଳାଚଳ ସହ ଯାତାୟାତରେ ସ୍ଥାନୀୟ ବାସିନ୍ଦାଙ୍କୁ ନାହିଁ ନ ଥିବାର ଅସୁବିଧା ସମୁଖୀନ ହେବାକୁ ପଡିଥିଲା । ଅଣ ଓସାରିଆ ଡ୍ରେନ ଯୋଗୁଁ ବର୍ଷା ଜଳ ସଠିକ ଭାବେ ଡ୍ରେନରୁ ନିଷ୍କାସିତ ହୋଇ ପାରୁ ନାହି,  ଫଳରେ ବେଳେ ବେଳେ ଘର ମଧ୍ୟକୁ ନର୍ଦମା ପାଣି ପ୍ରବେଶ କଲା ଭଳି ସ୍ଥିତି ଉପୁଜୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଆଗକୁ ବର୍ଷା ଦିନ ରହିଥିବାରୁ ଏଥି ପ୍ରତି ଦୃଷ୍ଟି ଦେବା ସହ ସ୍ଥାୟୀ ପ୍ରତିକାର ନିମନ୍ତେ  ପୌର ପରିଷଦକୁ ନିବେଦନ  କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏ ସମ୍ପର୍କରେ ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ପ୍ରକାଶ କରିଛନ୍ତି ଯେ , ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇ ଉକ୍ତ ଅଂଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛି ।  ଖୁବ ଶୀଘ୍ର ସମସ୍ୟାର ସମାଧାନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories