www.samajalive.in
Sunday, December 14, 2025
19.1 C
Bhubaneswar

ରେଳ ଚଳାଚଳରେ ପରିବର୍ତ୍ତନ, ଦେଖନ୍ତୁ ତାଲିକା

ଭୁବନେଶ୍ବର : ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଚକ୍ରଧରପୁର ଡିଭିଜନର ଜରାଇକେଲା – ମନୋହରପୁର ଡାଉନଲାଇନ୍ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ରେଳ ଚଳାଚଳରେ ପରିବର୍ତ୍ତନ କରାଯାଇଛି। ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନର ଜରାଇକେଲା – ମନୋହରପୁର ଡାଉନଲାଇନ୍ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥ  ଦେଇ ଚଳାଚଳ କରୁଥିବା କିଛି ଟ୍ରେନ୍ ସେବା ନିମ୍ନଲିଖିତ ଭାବରେ ପ୍ରଭାବିତ ହେବ । ଯାତ୍ରୀଙ୍କ ସୁବିଧା ପାଇଁ ଏହାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି ।

ଟ୍ରେନର ଗନ୍ତବ୍ୟସ୍ଥଳ ଆଗରୁ ବାତିଲ

- Advertisement -

୧. ହାଓଡ଼ାରୁ ଛାଡୁଥିବା ଟ୍ରେନ୍ ନମ୍ବର ୧୨୮୭୧ ହାଓଡ଼ା-ଟିଟଲାଗଡ଼ ଏକ୍ସପ୍ରେସ୍ ଏବଂ ଟ୍ରେନ୍ ନମ୍ବର ୨୨୮୬୧ ହାଓଡ଼ା-କଣ୍ଟାବାଜି ଇସ୍ପାତ ଏକ୍ସପେସ୍ ତାରିଖ ୩୦.୦୮.୨୦୨୫, ୦୬.୦୯.୨୦୨୫, ୧୩.୦୯.୨୦୨୫, ୨୦.୦୯.୨୦୨୫, ୨୭.୦୯.୨୦୨୫ ଏବଂ ୦୪.୧୦.୨୦୨୫ ରେ ଟାଟାରେ ଯାତ୍ରା ଶେଷ କରିବ। ଏହି ଦୁଇଟି ଟ୍ରେନ୍ ପାଇଁ ଟାଟାରୁ ଟିଟଲାଗଡ଼ ଏବଂ ଟାଟାରୁ କଣ୍ଟାବାଞ୍ଜି ମଧ୍ୟରେ ଟ୍ରେନ୍ ସେବା ବାତିଲ ରହିବ।

୨. ଟିଟଲାଗଡ଼ରୁ ଛାଡୁଥିବା ଟ୍ରେନ ନମ୍ବର ୧୨୮୭୨ ଟିଟଲାଗଡ଼-ହାଓଡ଼ା ଏକ୍ସପ୍ରେସ ଏବଂ କଣ୍ଟାବାଞ୍ଜିରୁ ଛାଡୁଥିବା ଟ୍ରେନ ନମ୍ବର ୨୨୮୬୨ କଣ୍ଟାବାଜି – ହାଓଡ଼ା ଇସ୍ପାତ ଏକ୍ସପ୍ରେସ ତାରିଖ ୩୦.୦୮.୨୦୨୫, ୦୬.୦୯.୨୦୨୫, ୧୩.୦୯.୨୦୨୫, ୨୦.୦୯.୨୦୨୫, ୨୭.୦୯.୨୦୨୫ ଏବଂ ୦୪.୧୦.୨୦୨୫ ରେ ରାଉରକେଲାରେ ଯାତ୍ରା ଶେଷ କରିବ। ଏହି ଦୁଇଟି ଟ୍ରେନ ପାଇଁ ରାଉରକେଲାରୁ ହାଓଡ଼ା ମଧ୍ୟରେ ଟ୍ରେନ ସେବା ବାତିଲ ରହିବ।

ଟ୍ରେନର ମାର୍ଗ ପରିବର୍ତ୍ତନ

ତାରିଖ ୨୯.୦୮.୨୦୨୫ ,୦୫.୦୯.୨୦୨୫ ,୧୨.୦୯.୨୦୨୫,୧୯.୦୯.୨୦୨୫,୨୬.୦୯.୨୦୨୫ ଏବଂ ୦୩.୧୦.୨୦୨୫ ରେ ଛାଡୁଥିବା ଟ୍ରେନ୍ ନଂ. ୧୮୪୭୮ ଯୋଗ ନଗରୀ ଋଷିକେଶ-ପୁରୀ ଏକ୍ସପ୍ରେସ୍  ଏହାର ମୂଳ ମାର୍ଗ ଅର୍ଥାତ୍ ବ୍ରଜରାଜ ନଗର, ଝାରସୁଗୁଡା ଜଙ୍କସନ୍, ରାଉରକେଲା, ଟାଟା, ହିଜଲି, ଭଦ୍ରକ, କଟକ ପରିବର୍ତ୍ତେ ବ୍ରଜରାଜ ନଗର, ଝାରସୁଗୁଡା ରୋଡ୍, ସମ୍ବଲପୁର ସିଟି, କଟକ ମଧ୍ୟଦେଇ ଚଳାଚଳ କରିବ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories