www.samajalive.in
Saturday, December 13, 2025
23.1 C
Bhubaneswar

କୂଳ ଲଘିଂଲା ବୈତରଣୀ, ନଦୀ-ପଥ-କ୍ଷେତ ଏକାକାରା

ଆରଡି : ଗତ ୪ଦିନ ହେବ ବୈତରଣୀ ନଦୀର ଉପର ମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନଦୀରେ ବନ୍ୟାପାଣି ବୃଦ୍ଧି ପାଇବା ପରେ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଆରଡି ନିକଟ ବୋଡକଠାରେ ବୈତରଣୀ ନଦୀ କୂଳ ଲଘିଂବାରୁ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥ ଉପରେ ୨ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେବା ଦ୍ଵାରା ନଦୀ-ପଥ-କ୍ଷେତ ଏକାକାରା ହୋଇଯାଇଛି। ଏପରିକି ଯାତାୟତ ଠପ୍ ହୋଇଯାଇଥିବାରୁ ଉଭୟ ପାର୍ଶ୍ବରେ ଗାଡି ଅଟକି ରହିଛି।   ବିଶେଷକରି ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ଧାମରାଠାରେ ସମୁଦ୍ର ଅଶାନ୍ତ ହୋଇପଡ଼ିବା ସହ ଉଚ୍ଚ ଜୁଆର ଢେଉ ଆସୁଥିବାରୁ ବନ୍ୟାପାଣି ନିଷ୍କାସନରେ ବାଧକ  ସାଜିଛି। ଫଳରେ ବନ୍ଯାପାଣି  ଗାଁ  ଦାଣ୍ଡ ଓ ଘରେ  ପଶିଥିବାରୁ ବିପନ୍ନଙ୍କ ଅବସ୍ଥା ଦୃବିସହ ହୋଇପଡିଛି। ୪ଟି ପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ଗୃହପାଳିତ ପଶୁ  ଓ ଗାଁ  ଦାଣ୍ଡ ଓ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। ଏପରିକି ଅନେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଥିବାରୁ ସ୍ଥାନୀୟ ନଦୀକୂଳିଆ ଲୋକ ପାଳିକରି ଜଗି ରହୁଛନ୍ତି। ତାହା ସହ ମୁଆ ଘୋଷରାରେ ବନ୍ୟାପାଣି ଚାଲିବାରୁ ମୁଆ ଗାଁ ସହ ସନ୍ତରା, ସିଙ୍ଗିପୁର, ବାତୋଳ, ସାନଫଙ୍କି, ପାଲଟପୁର, ବାଙ୍କମୁଆ ଆଦି ୧୫ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories