ସମାଜ ଡିଜିଟାଲ ଡେସ୍କ: ଖଣି ପରିସରରୁ ଜବତ ହେଲା ଯୁବତୀଙ୍କ ଗଳିତ ମୃତଦେହ। ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ କଳିଙ୍ଗମୁଣ୍ଡିଆରେ ଥିବା ଏକ ପଥର ଖଣି ପରିସରରୁ ଶୁକ୍ରବାର ଏହି ମୃତଦେହ ମିଳିଛି। ଯୁବତୀ ଜଣକ ଭରତପୁର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଗତ ଜାନୁୟାରୀ ସେ ନିଖୋଜ ହୋଇଯାଇଥିଲେ। ଏ ନେଇ ପରିବାର ଲୋକେ ଭରତପୁର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଯୁବତୀଙ୍କ ପତ୍ତା ପାଇ ନ ଥିଲା। ୮ମାସ ପରେ ଯୁବତୀଙ୍କ ମୃତଦେହ ମିଳିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଯୁବତୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।



