ଭୁବନେଶ୍ବର : ଫ୍ରେଞ୍ଚ କାର୍ ନିର୍ମାତା ସିଟ୍ରୋଏନ୍ ଇଣ୍ଡିଆ ନିଜ ଲାଇନଅପକୁ ଅଧିକ ମଜଭୁତ କରିବା ପାଇଁ ନୂଆ ଭାରିଆଣ୍ଟ ବେସାଲ୍ଟ ଏକ୍ସକୁ ଭାରତରେ ଲଞ୍ଚ୍ କରିଦେଇଛି । ଏହି କାର ଏବେ ଅଧିକ ପ୍ରିମିୟମ୍ ଫିଚର୍ ଓ ନୂଆ ଡିଜାଇନ୍ ଅପଡେଟ୍ସ ସହିତ ଆସିଛି । ଏହାର ଦାମ୍ ୭.୯୫ ଲକ୍ଷରୁ ଆରମ୍ଭ ହୋଇ ୧୨.୯୦ ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍) ପର୍ଯ୍ୟନ୍ତ ଯାଇଥାଏ ।
ନୂଆ ସିଟ୍ରୋଏନ୍ ବେସାଲ୍ଟ ଏକ୍ସରେ କମ୍ପାନୀ ଅନେକ ବଡ ପରିବର୍ତ୍ତନ ଫିଚର୍ ଯୋଡିଛି । ଏଥିରେ ନୂଆ କ୍ଲିନ୍ ଓ ଡୁଆଲ ଟୋନ୍ ଡ୍ୟାଶବୋର୍ଡ ଲେଆଉଟ୍ ଦିଆଯାଇଛି । ଏହା ସହିତ ଏଥିରେ ଅଲ୍ ଏଲଇଡି ହେଡଲ୍ୟାମ୍ପ, ଭେଣ୍ଟିଲେଟେଡ୍ ସିଟ୍ସ, ଏମ୍ବିଏଣ୍ଟ୍ ଲାଇଟିଂ ଓ ପାରାମେଟ୍ରିକ୍ ଆଲାର୍ମ ଦିଆଯାଇଛି । ଏଥିରେ ନୂଆ ଇନ୍-କାର୍ ଆସିଷ୍ଟାଣ୍ଟ ଫିଚର ମିଳେ ଯାହା ଆପଣଙ୍କ ଭଏସ୍ କମାଣ୍ଡରୁ ନେଭିଗେସନ, ସର୍ଭିସ୍ ହିଷ୍ଟ୍ରି ଓ ରୁଟ୍ ସଜେସନ ଭଳି କାମ କରିପାରେ ।
ଏଥିରେ ୧୦.୨୫ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେଣ୍ଟମେଣ୍ଟ ସିଷ୍ଟମ, ୭ ଇଞ୍ଚର ଡିଜିଟାଲ ଟିଏଫଟି ଡିସପ୍ଲେ, ଅଟୋମେଟିକ୍ କ୍ଲାଇମେଟ୍ କଣ୍ଟ୍ରୋଲ, ଓ୍ବେୟାରଲେସ୍ ଚାର୍ଜିଂ ଭଳି ଦମଦାର ଫିଚର୍ ଦିଆଯାଇଛି । ସେଫ୍ଟି ପାଇଁ ଏଥିରେ ୬ ଏୟାରବ୍ୟାଗ୍, ଏବିଏସ୍ ଏବଂ ଇବିଡି, ହିଲ୍ ହୋଲ୍ଡ ଆସିଷ୍ଟ, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି ପ୍ରୋଗ୍ରାମ ଓ ଟାୟାର ପ୍ରେଶର ମନିଟରିଂ ସିଷ୍ଟମ ମିଳିଥାଏ ।
ଏଥିରେ ୧.୨ ଲିଟର, ୩ ସିଲିଣ୍ଡର ଟର୍ବୋ ପେଟ୍ରୋଲ ଇଞ୍ଜିନ ଦିଆଯାଇଛି ଯାହା ୧୦୮ ବିଏଚପିର ପାଓ୍ବର ଓ ୧୯୦ ଏନଏମର ଟର୍କ ଉତ୍ପନ କରିବାରେ ସକ୍ଷମ । ଏଥିରେ ୬ ସ୍ପିଡ୍ ମାନୁଆଲ ଓ ୬ ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିଶନ ବିକଳ୍ପ ଦିଆଯାଇଛି । ଏଥିରେ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ୍ ଦାମ୍ ୭.୯୫ ଲକ୍ଷ ଟଙ୍କା । ଏହା ପରେ ପ୍ଲସ୍ ଭାରିଆଣ୍ଟର ଦାମ୍ ୯.୪୨ ଲକ୍ଷ ଏବଂ ପ୍ଲସ୍ ଭାରିଆଣ୍ଟର ଦାମ୍ ୧୦.୮୨ ଲକ୍ଷ ଟଙ୍କା । ତେବେ ଟପ୍ ଭାରିଆଣ୍ଟର ଏକ୍ସ ଶୋରୁମ୍ ଦାମ୍ ୧୨.୯୦ ଲକ୍ଷ ଟଙ୍କା ରଖାଯାଇଛି ।



